ଭଦ୍ରକର ୨ଟି ଅଂଚଳରେ ଲାଗୁ ହୋଇଥିବା କଂଟେନମେଂଟ ଉଠାଇଲା କଟକଣା ଜିଲ୍ଲା ପ୍ରଶାସନ

ଭଦ୍ରକ: ୫ ତାରିଖରୁ ଭଦ୍ରକର ଚରମ୍ପା ଓ ଏରେଇ ଅଂଚଳରେ ଲାଗିଥିବା କଂଟେନମେଂଟ କଟକଣାକୁ ଉଠାଇଲା ଜିଲ୍ଲା ପ୍ରଶାସନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। କିନ୍ତୁ ସଂପୃକ୍ତ ଅଂଚଳରେ ଲକଡାଉନ ନିୟମ ପୂର୍ବ ଭଳି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭଦ୍ରକରେ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ପୂର୍ବରୁ ଗତ ୧୫ ତାରିଖରେ ପୁରୁଣା ବଜାର ଅଂଚଳରୁ  କଂଟେନମେଂଟ କଟକଣା ଉଠିଥିଲା ଆଜି ବାକିଥିବା ଆଉ ଦୁଇଟି ଅଂଚଳରୁ ମଧ୍ୟ ହଟାଯାଇଛି।

ସୂଚନାଯୋଗ୍ୟ,ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ଟି ସ୍ଥାନକୁ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିଲା। ଭଦ୍ରକର ପୁରୁଣା ବଜାର ଅଂଚଳ, ଏରେଇ ଓ ଚରମ୍ପା ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲା ।