ବିଶ୍ରାରେ ବଢ଼ିଲା କଂଟେନମେଂଟ ଅବଧି

ରାଉଲକେଲା: ସୁନ୍ଦରଗଡ ଜିଲ୍ଲାର ବିଶ୍ରାରେ ୪୮ ଘଂଟା ପାଇଁ କଂଟେନମେଂଟ ଅବଧିକୁ ବୃଦ୍ଧି କରାଯାଇଛି ।  ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପ୍ରଥମେ ଗତ ୧୨ ତାରିଖରେ ୪୮ଘଂଟା ଲାଗି ବିଶ୍ରାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଂଟା ବୃଦ୍ଧି କରାଯିବା ଫଳରେ ଆଜି (୧୬ ତାରିଖ) ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା। ହେଲେ ଆଜି ପୁଣି ୪୮ ଘଂଟା ପାଇଁ କଂଟେନମେଂଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।