ବାଲେଶ୍ୱର: ବାଲେଶ୍ୱରର ୩ ୱାର୍ଡରେ ଲାଗୁ ହେଲା କଂଟେନମେଂଟ ଜୋନ୍ । ବାଲେଶ୍ୱର ସହରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ ସିଲ୍ କରି କଂଟେନମେଂଟ ଜୋନ୍ ଘୋଷଣା କରିଛି।
ସହରର ୨୭ ନଂ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବାବେଳେ ୨୮ ଓ ୨୯ ନମ୍ବର ୱାର୍ଡର ଆଂଶିକ ଅଂଚଳ ସିଲ୍ କରାଯାଇଛି। ଏହାସହ ସଂପୃକ୍ତ ୩ଟି ୱାର୍ଡର ୯ଟି ପ୍ରବେଶପଥକୁ ବନ୍ଦ କରି ଦିଆଯାଇଛି। ସଂପୃକ୍ତ କଂଟେନମେଂଟ ଅଂଚଳରୁ ୫ ଶହ ପରିବାରର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ପ୍ରଶାସନ କହିଛି।
ତେବେ ଘରୁ କୌଣସି ବ୍ୟକ୍ତି ନ ବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ସଂକ୍ରମଣ ଆଶଙ୍କାରେ ସଂପୃକ୍ତ ଅଂଚଳକୁ ପ୍ରବେଶ ନିଷେଧ କରିଛି ପ୍ରଶାସନ।
ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଂଚିଛି ।