ବିଶ୍ରାର କଂଟେନମେଂଟ ଅବଧି ୨୨ ତାରିଖ ୧୧ଟା ଯାଏଁ ବଢ଼ିଲା

ରାଉଲକେଲା: ପୁଣିଥରେ ସୁନ୍ଦରଗଡ ଜିଲ୍ଲା ବିଶ୍ରାର କଂଟେନମେଂଟ ଅବଧିକୁ ବୃଦ୍ଧି କରାଯାଇଛି । ଏହି କଟକଣା ଆସନ୍ତା ୨୨ ତାରିଖ ୧୧ଟା ଯାଏଁ ଜାରି ରହିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ସୂଚନାଯୋଗ୍ୟ, ପ୍ରଥମେ ଗତ ୧୨ ତାରିଖରେ ୪୮ଘଂଟା ଲାଗି ବିଶ୍ରାକୁ କଂଟେନମେଂଟଜୋନ୍ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଂଟା ବୃଦ୍ଧି କରାଯିବା ଫଳରେ ଆଜି (୧୬ ତାରିଖ) ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା। ପୁଣି ୪୮ ଘଂଟା ପାଇଁ କଂଟେନମେଂଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା l ପରେ ଆଉ ୪୮ ଘଂଟା ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା l