“ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ”

ଲିଭ୍ ଇନ୍ ରିଲେସନକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଲିଭ୍ ଇନ୍ ରିଲେସନକୁ ନେଇ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯଦି ଦୀର୍ଘ ଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି, ତାହେଲେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ ।

ପାଞ୍ଚବର୍ଷ ଲିଭ୍-ଇନ୍-ରିଲେସନସିପ୍‌ରେ ରହିବା ପରେ ଯୁବକ ଜଣକ ଅନ୍ୟତ୍ର ବିବାହ କରିବା ଘଟଣାରେ ଯୁବତୀଙ୍କ ଦ୍ବାରା କରାଯାଇଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ଜଣେ ଯୁବକ ଏବଂ ଯୁବତୀ ଲିଭ୍ ଇନ୍ ରିଲେସନ ସମୟରେ ଆପୋଷ ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ବିବାହ ନକରନ୍ତି, ତେବେ ଉକ୍ତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇପାରିବ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିଵ ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି । ଏଭଳି ପରିସ୍ଥିତିରେ ଅଭିଯୁକ୍ତ ବିବାହ କରିବାକୁ ଚାହୁଁଛନ୍ତି ନା’ ଅନ୍ୟ ଉଦ୍ଦେଶ୍ୟ ପାଇଁ ଏଭିଳି ସମ୍ପର୍କ ରଖିଛନ୍ତି ତାହା ଉପରେ ନଜର ରଖିବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

consensual sex is not a crime : supreme court