୨୫ରେ ଆସିବେ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଆସନ୍ତା ୨୫ତାରିଖରେ ପୁଣିଥରେ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓଡ଼ିଶା ଗସ୍ତରେ ଆସିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସପ୍ତାହରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ଡ଼ିଶା ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍ ପ୍ରସାଦ ଚଳିତ ମାସ ୨୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ଦ୍ୱିତୀୟ ପର‌୍ୟ୍ୟାୟ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସ୍କ୍ରିନିଂ କମିଟି ମୟୂରଭଞ୍ଜ,କେନ୍ଦୁଝର, ଭଦ୍ରକ, ବାଲେଶ୍ୱର,ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ। କାର‌୍ୟ୍ୟକ୍ରମ ଅନୁସାରେ ଶ୍ରୀ ସଥୀସନ୍ ୨୫ ଓ ୨୬ ତାରିଖରେ ଦୁଇଦିନ ଧରି ବାରିପଦାଠାରେ ମୟୂରଭଞ୍ଜ,କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଲୋକସଭା ଆସନ ଏବଂ ଏସବୁ ଅନ୍ତର୍ଗତ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାର‌୍ୟ୍ୟ କରିବେ।