ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ଦୁଇ ଲୋକସଭା ଓ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଲାଗି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ଯାଜପୁର ଲୋକସଭା ଆସନରେ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିଭଳି କଂଗ୍ରେସ ବାଲେଶ୍ବର ବିଧାନସଭା ଆସନ ଲାଗି ମାନସ ଦାସ ପଟ୍ଟନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ସନ୍ତୋଷ ନନ୍ଦ, ହିନ୍ଦୋଳରୁ ତ୍ରିନାଥ ବେହେରା, କାମାକ୍ଷାନଗରରୁ ଭବାନୀ ଶଙ୍କର ମହାପାତ୍ର, ବଡ଼ମ୍ବାରୁ ବବି ମହାନ୍ତି, ପାରାଦ୍ବୀପରୁ ଅରିନ୍ଦମ୍ ସର୍ଖେଲ, ପିପିଲିରୁ ଯୁଧିଷ୍ଠିର ସାମନ୍ତରା ଏବଂ ବେଗୁନିଆରୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀବଲ୍ଲବ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।
Prev Post