୫୦ ଟିକେଟ ପାଇଁ କଂଗ୍ରେସର କସରତ : ନେତାଙ୍କୁ ସ୍କ୍ରିନିଂ କମିଟିର ୫ ପ୍ରଶ୍ନ

ଭୁବନେଶ୍ବର : କଂଗ୍ରେସରେ କସରତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୫୦ ଟିକେଟ ଦେବା ପାଇଁ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ଆଜି ଠାରୁ ଆରମ୍ଭ କରିଛି ଶୂଣାଣି ।  ଆଜି ୨୮ ବରିଷ୍ଠ ନେତାଙ୍କ ଠାରୁ ଜିଲ୍ଲା ଓ୍ବାରୀ ତଥ୍ୟ ସଂଗ୍ରହ କରିବା ସହ ସଂଗାଠନିକ ସ୍ଥିତି ନେଇ ଆଲୋଚନା କରିଛି କମିଟି ।  ବରିଷ୍ଠ ନେତାଙ୍କ ଠାରୁ ୫ଟି ଦିଗ ଉପରେ ତଥ୍ୟ ସଂଗ୍ରହ କରିଛି ସ୍କ୍ରିନିଂ କମିଟି । ପ୍ରତି ନେତାଙ୍କ ସହିତ ୨୦ରୁ ୨୫ ମିନିଟ ଧରି କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ।  ସଙ୍ଗଠନ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି କିମିଟି ।

ଟି​‌କେଟ ପାଇଁ କଂଗ୍ରେସରେ ଆରମ୍ଭ ହେଲା କସରତ । ୫୦ ଟିକେଟ ଦେବା ପାଇଁ ସ୍କ୍ରିନିଂ କମିଟି ଆରମ୍ଭ କରିଛି ପ୍ରକ୍ରିୟା । ସ୍କ୍ରିନିଂ କିମିଟି ଅଧ୍ୟକ୍ଷ ଡି ଡି ସତ୍ୟସାନ, ସଦସ୍ୟ ଜିତିନ ପ୍ରସ୍ରାଦ ଏବଂ ନୌସାଦ ସୋଲାଙ୍ଗି ଭୁବନେଶ୍ବରରେ ପହଞ୍ଚିବା ପରେ କଂଗ୍ରେସ ଭବନରେ ଆରମ୍ଭ ହୋଇଥିଲା ୱାନ ଟୁ ୱାନ ଆଲୋଚନା। ପ୍ରଥମେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ପ​‌ରେ ପରେ ଶିବାନନ୍ଦ ରାଉତ, ରାମନାଥ ଖୁଣ୍ଟିଆଙ୍କ ସହିତ ଆଲୋଚନା କରିଥିଲା କମିଟି।

ସ୍କ୍ରିନିଂ କମିଟି ଜଣେ ଜଣେ ନେତାଙ୍କୁ ୨୦ରୁ ୨୫ ମିନିଟ ବିଭିନ୍ନ ପ୍ରସଙ୍ଗରେ ୫ ପ୍ରଶ୍ନ କରିଥିଲେ।  ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି କେମିତି ଅଛି , କାହାକୁ ଟିକେଟ ଦିଆଯିବ, ପ୍ରାର୍ଥୀ କେମିତି ହେବା ଦରକାର, ଜିତିବା ପାଇଁ କଣ କରିବା ଦରକାର , କଂଗ୍ରେସ ରାଜ୍ୟରେ କେତେ ସିଟ ଆଣି ପାରିବ, ଏହି ୫ଟି ଦିଗ ଉପରେ ବରିଷ୍ଠ ନେତା ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲା ସ୍କ୍ରିନିଂ କମିଟି।  ନେତା ମାନେ ମଧ୍ୟ ଏହି ସବୁର ଜବାବ ଦେଇଛନ୍ତି।

ସ୍କ୍ରିନିଂ କମିଟିର ୫ ପ୍ରଶ୍ନ

ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି କେମିତି ଅଛି ?,

କାହାକୁ ଟିକେଟ ଦିଆଯିବ ?

ପ୍ରାର୍ଥୀ କେମିତି ହେବା ଦରକାର ?

ଜିତିବା ପାଇଁ କଣ କରିବା ଦରକାର ?

କଂଗ୍ରେସ ରାଜ୍ୟରେ କେତେ ସିଟ ଆଣି ପାରିବ ?

ଆସନ୍ତା କାଲି ସାଢ଼େ ୧୧ଟାରେ ବସିବ ପିଇସି ବୈଠକ।  ତାପ​‌ରେ ପୁଣି ଦିନ ୨ଟାରେ ବସିବ ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକ। ଏହି ଆଲୋଚନା ପରେ କଂଗ୍ରେସ ତାର ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।