ସୁରଙ୍କ ଧମକ: ଆରଟିଓ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରେସମିଟ। ଗତକାଲି ଆର ଟିଓ କର୍ମଚାରୀ ଓ ପୋଲିସ ଜନ ସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିବା ଅଭିଯୋଗ। ଜବରଦସ୍ତ ଖରାପ ବ୍ୟବହାର କରି ଯେଉଁଭଳି ପରିସ୍ଥିତି ସୃଷ୍ଟିକରାଯାଇଛି। ବିଜେଡି ସରକାରର ଆତଙ୍କରାଜ। ମାଟ୍ରିକ ପରୀକ୍ଷାଚାଲିଛି, କିଏ ହସ୍ପିଟାଲ ଯାଉଛି, ମା ଭଉଣୀ ମାନଙ୍କ ପ୍ରତି ଅତି ଖରାପ ବ୍ୟବହାର କରାଯାଇଛି। ଏହା କନ ହିଟଲର ରାଜ। ବାଟରେ ଅଟକାଇ ଜଣ। ଏ ସିଷ୍ଟମ ବନ୍ଦ କରିବାକୁ ସରକାରଙ୍କୁ ଚେତାବନୀ ଦେଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ପରିବହନ ମନ୍ତ୍ରୀ ଓ ଅଧିକାରୀଙ୍କୁ ଦୃଷ୍ଟିଆକର୍ଷନ କଲା କଂଗ୍ରେସ। ନହେଲେ ରାଜ୍ୟବ୍ୟାପି ଆରଟିଓ ଅଫିସ ଓ କମିଶନରେଟ ଅଫିସ ଘେରାଓ କରିବାକୁ କଂଗ୍ରେସର ଚେତାବନୀ। ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ ଧମକଦେଇ ଟଙ୍କା ଆଦାୟ ଚାଲିବିନି। କେନ୍ଦ୍ର ସରକାରଙ୍କ କାର‌୍ୟ୍ୟାଳୟ ମଧ୍ୟ ଘେରାଓ। ଆଟିଓ ଅଫିସରେ କର୍ମଚାରୀ ନାହାଁନ୍ତି, ପାର୍କଙ୍ଗ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ ଅତ୍ୟାଚାର। ଭୁଲ ଥିଲେ ବୁଝାଇ ସୁଝାଇ କାମ କରନ୍ତୁ। ଲୋକଙ୍କୁ ନିୟମ ମାନିବାକୁ ଅପିଲ କଲେ ସୁର।

ଶାହା ଓ ନବୀନ କୋଳକୋଳି ହୁଅନ୍ତୁ, କାହା ବିରୁଦ୍ଧରେ କିଛି ନକୁହନ୍ତୁ ଲୋକଙ୍କୁ ହଇରାଣ ନକରନ୍ତୁ।

ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଖରାପ ବ୍ୟବହାରକୁ ଆମେ ବି ସମର୍ଥନ କରିବୁନି। ସବୁ ଭଲ ବ୍ୟବହାର କରିବେ। ଆମେ ସମୟ ଦେଇଥିଲୁ। ଧନ ଜୀବନ ସୁରକ୍ଷା ଆମ ଲକ୍ଷ। ଗତ ସେପ୍ଟେମ୍ବରରୁ ଦୁର୍ଘଟଣା ହାର ୫୦ ପ୍ରତିଶତ କମିଛି। ନୂଆ ଆଇନକୁ ସମସ୍ତେ ମାନିବା ଦରକାର। ଆରଟିଓମାନଙ୍କୁ ପୁଣି ନିର୍ଦେଶ ଭଦ୍ର ବ୍ୟବହାର କରିବାକୁ। ଆମେ ଆଉଟସୋରସିଂ ଜରିଆରେ ଆରଟିଓ ଅଫିସରେ ନିୟୋଜିତ କରିଛି। ଲୋକ ଠିକ ସମୟରେ ଲାଇସେନ୍ସ କଲେନି ବୋଲି ଏବେ ଲମ୍ବା ଲାଇନ ଲାଗୁଛି। ଆମେ ଭଲ ଭାବେ ସଚେତନ କରିଛୁ।