ରାଫେଲ୍କୁ ନେଇ ଯୁଗ୍ମ ସଂସଦୀୟ କମିଟି କଂଗ୍ରେସର ଦାବି : ଜଲଦି ପକ୍ଡୋ ଚୌକିଦାର (ଜେପିସି) – ଅଭିଷେକ ମନୁ ସଂଘଭି

ଭୁବନେଶ୍ୱର : ରାଫେଲ୍ ଯୁଦ୍ଧ ବିମାନକୁ ନେଇ ହୋଇଥିବା ସମସ୍ତ ଅନିୟମିତତାର ଖୁଲାସା କେବଳ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ସମ୍ଭବ ହେବ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ସାଂସଦ ଡଃ ଅଭିଷେକ ମନୁ ସିଂଘଭି, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି । ଏହା ଉପରେ ଅଧିକ ସୂଚନା ଦେଇ ଶ୍ରୀ ସିଂଘଭି କହିଲେ ଯେ ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହିତ ଧୋକାଧାଡି କରିଛନ୍ତି ।

୩୬ଟି ଯୁଦ୍ଧ ବିମାନକୁ ୧୮୯୪୦ କୋଟି ପରିବର୍ତେ ୬୦୧୪୫ କୋଟି ଟଙ୍କା ଦେଇ କିଣିବା ଦେଶବାସୀଙ୍କର କେଉଁ ସ୍ୱାର୍ଥ ସାଧନ କରୁଅଛି । ପ୍ରତ୍ୟେକ ଯୁଦ୍ଧ ବିମାନ ଉପା ସରକାର ସମୟରେ ୫୨୬ କୋଟିରେ କିଣିବା ପାଇଁ ସ୍ଥିର ହୋଇଥିବା ବେଳେ ବର୍ତମାନ ୧୬୨୦ କୋଟିକୁ ବୃଦ୍ଧି କରାଯିବା କାହା ସ୍ୱାର୍ଥରେ । ଫ୍ରାନ୍ସର ଡାସଲଟ୍ ଆଭିଏସନ୍ ୧୩ ମାର୍ଚ୍ଚ ୨୦୧୪ ମସିହାରେ ହିନ୍ଦୁସ୍ଥାନ ଏରୋନୋଟିକ୍ସକୁ ନିଜର ଅଂଶୀଦାର ଭାବରେ ବାଛିବା ପାଇଁ ନିଷ୍ପତି ହୋଇଥିବା ବେଳେ ପରବର୍ତୀ ସମୟରେ ରିଲାଏନ୍ସ କମ୍ପଙ୍କନୀକୁ ବଦଳ ଅଂଶୀଦାର ଭାବରେ ବାଛିବା ପାଇଁ ହୋଇଥିବା ସରକାରୀ ସ୍ତରୀୟ ନିଷ୍ପତି ଏବଂ ଏ ପରିପ୍ରେକ୍ଷୀରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ର ତି ଶ୍ରୀ ଓଲାନ୍ଦେ ଦେଇଥିବା ମନ୍ତବ୍ୟ ବିଜେପି ଏବଂ ତାଙ୍କର ନେତା ଶ୍ରୀ ନରେନ୍ଦ୍ର ମୋଦିଙ୍କର ଅସଲମୁଖା ପଦାରେ ପକାଇ ଦେଇଛି । ୩୬ଟି ଯୁଦ୍ଧ ବିମାନ କିଣିବାରେ ସରକାର ୪୧୨୦୫ କୋଟି ଟଙ୍କା ଅଧିକ ପ୍ରଦାନ କରିବାକୁ ନେଇଥିବା ନିଷ୍ପତି ଦେଶର ରାଜକୋଷକୁ ଲୁଟ ବୋଲି ଶ୍ରୀ ସିଂଘଭି ଅଭିହିତ କରିଥିଲେ ।

ଦେଶବାସୀଙ୍କ ଆଗରେ ବାରମ୍ବାର ମିଥ୍ୟା ତଥ୍ୟ ରଖୁଥିବା କେନ୍ଦ୍ର ସରକାର ସାଇକେଲ୍ ତିଆରି କରିବାର ଅଭିଜ୍ଞତା ନଥିବା ରିଲାଏନ୍ସ କମ୍ପଙ୍କନୀକୁ ରାଫେଲ ଯୁଦ୍ଧ ବିମାନର ୩୦ ହଜାର କୋଟି ଟଙ୍କାର ଅଫସେଟ୍ କଂଟ୍ରାକ୍ଟ ଏବଂ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣର
ଭାର କିଭଳି ନ୍ୟସ୍ତ କଲେ ତାହା ଦେଶବାସୀଙ୍କ ଆଗରେ ଛପନ ଇଂଚର ଛାତି ଦେଖାଇ ପ୍ରକାଶ କରିବା ଉଚିତ୍ ।

ସବୁଠାରୁ ଗୁରୁତ୍ୱ ୂର୍ଣ୍ଣ ବିଷୟଟି ହେଉଛି ଯେ ରାଫେଲ ଯୁଦ୍ଧ ବିମାନ ଚୁକ୍ତିନାମାରେ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳକୁ ଭାରତ ସହିତ ବିନିମୟ କରିବାକୁ ନେଇ କୌଣସି ସର୍ତ ରଖାଯାଇନାହିଁ ଯାହା ଦେଶବାସୀଙ୍କ ସ୍ୱାର୍ଥର ପରି ନ୍ଥୀ । ଏଥିରେ ଲେଟର ଅଫ୍ କମ୍ଫଟ୍କୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ସଭରେନ୍ ଗ୍ୟାରେଂଟି ବା ଦେଶର ସାର୍ବଭୌମତ୍ୱକୁ ନେଇ କୌଣସି ସର୍ତ ନରଖିବା ଦୁର୍ଭାଗ୍ୟର ବିଷୟ । ଏ ସମସ୍ତ ବିଷୟକୁ କେବଳ ଜେପିସି (ଜଲଦି ପକ୍ଡୋ ଚୌକିଦାର) ହିଁ ତଦନ୍ତ କରି ସତ୍ୟାସତ୍ୟ ନିର୍ଣ୍ଣୟ କରି ।ରିବେ ।

କଂଗ୍ରେସ ନେତା ଅଭିଷେକ ମନୁ ସିଂଘାଇ ଋାଫେଲକୁ ନେଇ ବୟାନ ରଖିବା ପ୍ରସଙ୍ଗରେ  ପ୍ରତିରକ୍ଷା ବିଭାଗର ବିମାନ କିଣା ବିକା କରି ଚାନ୍ଦା ଆଦାୟ କରିବା କଂଗ୍ରେସର ଡିଏନଏରେ ରହିଛିି: ବିଜେପି

 କଂଗ୍ରେସ ଦଳ ଦେଶର ଗଣତନ୍ତ୍ର ବିଦ୍ଧି ବ୍ୟବସ୍ଥା ଅବା ସମ୍ବିଧାନକୁ ବିଶ୍ୱାସ କରେ ନାହିଁ
 ମିଛ କଥାକୁ ବଡ ପାଟିରେ ଅବା ବାରମ୍ବାର କହିବା ଦ୍ୱାରା ଘଟଣା ସତ ହୁଏ ନାହିଁ
 କଂଗ୍ରେସ ସରକାର ସମୟରେ ପୁର୍ବରୁ ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରିଛନ୍ତି
 ରାହୁଲ ଗାନ୍ଧୀ ଯାହା କହିବେ ତାହା କ’ଣ ସତ ?
 ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ

ଭୁବନେଶ୍ୱର : କଂଗ୍ରେସ ଦଳ ଦେଶର ଗଣତନ୍ତ୍ର ବିଦ୍ଧିବ୍ୟବସ୍ଥା ଅବା ସମ୍ବିଧାନକୁ ବିଶ୍ୱାସ କରେ ନାହିଁ । ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଶୁଣାଇଲା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳ ମାନ୍ୟବର ସୁପ୍ରିମକୋର୍ଟକୁ ବିଶ୍ୱାସ କରେ ନାହିଁ କି ସମ୍ମାନ ଦିଏ ନାହିଁ । ସଂସଦ ଚାଲିବା ସମୟରେ କଂଗ୍ରେସ ଏହି ପ୍ରସଙ୍ଗ ଉପରେ ଆଲୋଚନା ନକରି ଦେଶବାସୀଙ୍କ ଆଗରେ ବାରମ୍ବାର ମିଛ କହିଚାଲିଛି । ମିଛ କଥାକୁ ବଡ ପାଟିରେ ଅବା ବାରମ୍ବାର କହିବା ଦ୍ୱାରା ଘଟଣା ସତ ହୁଏ ନାହିଁ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ନିନ୍ଦା କରିଛନ୍ତି ।
କଂଗ୍ରେସ ସରକାର ସମୟରେ ପୁର୍ବରୁ ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ପ୍ରତିରକ୍ଷା ବିଭାଗର ବିମାନ କିଣା ବିକା ମାଧ୍ୟମରେ ଚାନ୍ଦା ଆଦାୟ କରିବା କଂଗ୍ରେସର ଡିଏନଏରେ ରହିଛିି । ପୂର୍ବରୁ ଅଗଷ୍ଟା ହେଲିକପ୍ଟର ଓ ବୋଫର୍ସ ସ୍କାମରୁ ଏହା ପ୍ରମାଣିତ ହୋଇଛି । ରାହୁଲ ଗାନ୍ଧୀ ଯାହା କହିବେ ତାହା କ’ଣ ସତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଦେଶର ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।