ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଆଜିର ପ୍ରେସ ବାର୍ତ୍ତାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କେତେକ ତଥ୍ୟ ପ୍ରଦାନ କରିଛନ୍ତି ।
୧. ସଂକ୍ରମିତ ଓ ମୃତ୍ୟୁ: ରାଜ୍ୟର ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଯାବତ୍ ଜିଲ୍ଲାରେ ୧୦ ହଜାର ୯୯୨ ସଂକ୍ରମିତ ଓ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଜିର ସଂଖ୍ୟା ମିଶାଇଲେ ଆହୁରି ବୃଦ୍ଧି ହେବ। ଏହି ସଂଖ୍ୟା ରାଜ୍ୟର ସର୍ବାଧକ।
୨. ସର୍ଭେ ଓ ପରୀକ୍ଷା: ସର୍ଭେ ଓ ସଂକ୍ରମିତ ବ୍ୟକ୍ତିମାନଙ୍କ ପରୀକ୍ଷା ଧିମା ହୋଇଛି। ଆଣ୍ଟି ଜେନ ଓ ଆଣ୍ଟି ପିସିଆର୍ ଟେଷ୍ଟ କରାଯାଉଛି। ଟେଷ୍ଟ ରିପୋର୍ଟ ସଠିକ୍ ହେଉନି। ଟେଷ୍ଟ ପାଇଁ ମୋବାଇଲ ଗାଡ଼ି ଅଛି। କିନ୍ତୁ ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ। ଟେଷ୍ଟ ବିଳମ୍ବ ହେଉଛି। ଏଣୁ ବହୁ ଲୋକ ଟେଷ୍ଟ ପୂର୍ବରୁ ଜ୍ବରରେ ପୀଡିତ ହୋଇ କୋଭିଡ ହସ୍ପିଟାଲ୍ ଯିବା ପୂର୍ବରୁ ମୃତ୍ୟୁ ହେଉଛି। ଏଭଳି ଘଟଣା ବହୁ ନଜିର ରହିଛି।
୩. କୋଭିଡ ହସ୍ପିଟାଲ୍,କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟର ଅବ୍ୟବସ୍ଥା: ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। କୋଭି ଫ୍ଲୁ ଇଞ୍ଜେକସନ ଆସିଛି। କିନ୍ତୁ ରୋଗୀଙ୍କୁ ଦିଆଯାଉନହିଁ। ବଜାରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ଖାଦ୍ୟ ଦିଆଯାଉଛି। ସୁସ୍ଥ ହେବ ପୂର୍ବରୁ ରୋଗୀଙ୍କୁ discharge କରାଯାଉଛି। ଏଣୁ ସ୍ଥାନୀୟ ପଜିତିବ(local Positive) ସଂଖ୍ୟା ବଢ଼ୁଛି। ଜିଲ୍ଲାକୁ ୧୩୦ ଜଣ ଆୟୁଷ ଡାକ୍ତର ଡେପୁଟେସନ ରେ ଆସିଥିବା କୁହାଯାଇଛି। କିନ୍ତୁ ରୋଗୀ ସେବା ମିଳୁନି। ମୁଖ୍ୟମନ୍ତ୍ରୀ ଆଜି ଦୁଇଟି ହସ୍ପିଟାଲ୍ ଉଦଘାଟନ କରିବେ। କନିଶି ନିକଟରେ ଅଶ୍ଵିନୀ ହସ୍ପିଟାଲ୍ ସହାୟତାରେ ୧୫୦ ଶଯ୍ୟା ବିଶିଷ୍ଟ ଅମିତ୍ ହସ୍ପିଟାଲ୍ କରୁଛି। କିନ୍ତୁ ସେଠାରେ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ହୋଇନି।
୪. ଶବ ସତ୍କାର ଅବ୍ୟବସ୍ଥା: ମୃତ୍ୟୁ ପରେ ଶବ ପରିବାରକୁ ଦିଆଯାଉନାହିଁ । ଖବର ବି ମିଳୁନି। ଦିନ ଦିନ ଧରି ଶବ ପଡ଼ିରହିଛି। ହିନ୍ଦୁ ପରମ୍ପରା ଅନୁସାରେ ଶବ ସତ୍କାର ହେଉନି। ମାଟି ଖୋଳି ଗାତରେ ଶବ ପକାଇ କିରାସିନି ଢାଳି ନିଆଁ ଲଗାଇ ଦେଉଛନ୍ତି। ଆମ୍ବୁଲାନ୍ସ ରୋଗୀଙ୍କୁ ହସ୍ପିଟାଲ୍ ନେଉନି। ଜିଲ୍ଲାରେ ୧୦୪ଟି ଆମ୍ବୁଲାନ୍ସ ମିଳିଥିବା ପ୍ରଶାସନ କହିଛି। କିନ୍ତୁ ସେବା ମିଳୁନାହିଁ।
୫. ପ୍ରବାସୀ ସମସ୍ୟା: ଗଞ୍ଜାମ କୁ ୨ ଲକ୍ଷ ୨୦ ହଜାର ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ କାମ ଦେବେ ବୋଲି ସରକାର କହିଥିଲେ। ମନରେଗା ଯୋଜନାରେ କାମ କରିବାକୁ ଯୋଜନା ନିଆଯାଉଥିବା ଘୋଷଣା ହୋଇଛି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। କାମ ନମିଳିବାରୁ ପ୍ରବାସୀ ପୁଣି ଫେରିବା ଆରମ୍ଭ କଲେଣି।
୬. ଖାଦ୍ୟ ଯୋଜନା: ଲକ୍ ଡାଉନ୍ ପରେ ଅପ୍ରେଲରୁ ଜୁନ ଯାଏଁ ତିନି ମାସର ରାସନ୍ ଘୋଷଣା ହୋଇଥିଲା। ଏବେ ପୁଣି ଆଉ ୫ ମାସର ରାସନ୍ ଦେବେ ବୋଲି କହିଛନ୍ତି। କିନ୍ତୁ ପ୍ରଥମ କିସ୍ତି ରାସନ୍ ଏବେଯାଏଁ ବଣ୍ଟନ ହୋଇନି।ସଙ୍ଗରୋଧ କେନ୍ଦ୍ର (Quarantine) ରେ ରହି ଫେରିଥିବା ପ୍ରବାସୀ ଙ୍କୁ ୨ ହଜାର ଟଙ୍କା ମିଳିନି। କେହି କେହି ହଜାରେ ଟଙ୍କା ପାଇଛନ୍ତି।