୧୦ ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ୧୦ଟି ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି।

ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ଭାବେ ଲୁଟୁ ରଞ୍ଜନ ଥାପା, କୋରାପୁଟ ଜିଲ୍ଲା ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ, ବଲଙ୍ଗିର ଜିଲ୍ଲା ସଭାପତି ଭାବେ ପ୍ରେମ ପ୍ରକାଶ ମିଶ୍ର, କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ସାଓ୍ୱଲ ମଙ୍ଗରାଜଙ୍କ ନାଁ ଘୋଷଣା କରାଯାଇଛି।

ସେହିପରି ନୂଆପଡ଼ା ଜିଲ୍ଲା ସଭାପତି ଭାବେ କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବେ ପ୍ରିବ୍ରତ ସାହୁ, କେନ୍ଦ୍ରପଡ଼ା ଜିଲ୍ଲା ସଭାପତି ଭାବେ ସତ୍ୟପ୍ରିୟ ସାମଲ, ଜଗତସିଂପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, କଟକ ଜିଲ୍ଲା ସଭାପତି ଭାବେ ଆର୍ଯ୍ୟବୀର ଲେଙ୍କା ଓ କଟକ (ନଗର) ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ବିକି ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତି ଦିଆଯାଇଛି।

ଆଗାମୀ ଦିନରେ ସମସ୍ତ ଜିଲ୍ଲା, ବିଧାନସଭା ଓ ବ୍ଲକସ୍ତରୀୟ ସଙ୍ଗଠନକୁ ଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି।