ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିବେ !

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିପାରନ୍ତି । ଏଥିପାଇଁ ରେସରେ ୧୩ ଜଣ ବରିଷ୍ଠ ନେତା ଅଛନ୍ତି ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ।

ସୁର କହିଛନ୍ତି, ଖୁବ ଶୀଘ୍ର ପିସିସି ସଭାପତି ପଦରେ ପରିବର୍ତ୍ତନ ହୋଇପାରେ । ଏହି ରେସରେ ଦଳର ଆଗଧାଡିର ୧୩ ଜଣ ବରିଷ୍ଠ ନେତା ଅଛନ୍ତି ଏବଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଚାହିଁବେ ସେ ପରବର୍ତ୍ତୀ ପିସିସି ସଭାପତି ହେବେ ବୋଲି ସୁର କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୁର ଆହୁରି କହିଛନ୍ତି ଯେ, ସୋନିଆ ଓ ରାହୁଲ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି । ଓଡିଶାରେ ଏହି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଅଛନ୍ତି । ତେବେ ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯିବା ଉଚିତ ବୋଲି ସୁର କହିଛନ୍ତି ।