ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି।

କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍‌କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। ମୁଁ କଂଗ୍ରେସ ଛାଡ଼ିଲେ, ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଗତ ୧୫ ବର୍ଷ ହେଲା କଂଗ୍ରେସରେ ଯାହା ଘଟିଛି, ତା’ହା ପୂର୍ବରୁ କେବେ ହେଲେ ଘଟି ନଥିଲା। ମୁଁ ବହୁ ଭାବିବା ପରେ ଏଭଳି ନିଷ୍ପତ୍ତି ନେଇଛି।”

ଶ୍ରୀ ସିଂହଙ୍କ ସହ ତାଙ୍କ ପତ୍ନୀ ଅମ୍ରିତା ସିଂହ ମଧ୍ୟ କଂଗ୍ରେସକୁ ବାଏବାଏ କହିଛନ୍ତି। ସେ ଉତ୍ତର ପ୍ରଦେଶରେ ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।