ଫାଇଭି- ଟି ସଚିବଙ୍କ କାର୍ଯ୍ୟକୁ ବିଧାନସଭାରେ ବିରୋଧୀଙ୍କ ପ୍ରଂଶସା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି କଲେ ପ୍ରଂଶସା, କହିଲେ ଫାଇଭି-ଟି ସଚିବଙ୍କ ଗସ୍ତ ଯୋଗୁ କୋରାପୁଟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିଛି-ତାରା

ଭୁବନେଶ୍ବର : ଫାଇଭି- ଟି ସଚିବଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ । ଫାଇଭି -ଟି ସଚିବଙ୍କ କୋରାପୁଟ ଗସ୍ତ ପରେ କୋରାପୁଟ ଜିଲ୍ଲାରେ ସ୍ବାସ୍ଥସେବାରେ ଚିତ୍ର ବଦଳିଛି । ଜିଳ୍ଲାରେ ମେଡିକାଲ ଲାଗି ମୁଖ୍ୟମନ୍ତ୍ରୀ ବି ଅନେକ ଘୋଷଣା କରିଛନ୍ତି । ବିଧାନସଭାରେ ଆଜି ରାଜ୍ୟ ସରକାରଙ୍କ ଫାଇଭି-ଟି କାର୍ଯ୍ୟକ୍ରମ ଓ ବିଭାଗୀୟ ସଚିବଙ୍କୁ ଏପରି ମନଖୋଲି ପ୍ରସଂସା କରିଛନ୍ତି ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି । ସ୍ବାସ୍ଥ୍ୟ ବିଭାଗର ପ୍ରଶ୍ନଉତ୍ତର ସମୟରେ ବିରୋଧୀ ବିଧାୟକ ପାଇଭି- ଟି ସଚିବଙ୍କୁ ଏପରି ପ୍ରସଂସା କରିଥିଲେ । ଖାଲି ଏତିକି ନୁହେଁ ଆଉଥରେ କୋରାପୁଟ ଗସ୍ତକରି ବାକି ସମସ୍ୟା ସମଧାନ କରିବାକୁ ଫାଇଭ- ଟି ସଚିବଙ୍କୁ ବିଧାନସଭାରେ ଆମନ୍ତ୍ରଣ ବି କରିଛନ୍ତି ତାରାପ୍ରସାଦ ବାହିନିପତି ।
ବିଭିନ୍ନ ସମୟରେ ସରକାରଙ୍କ ଫାଇଭି- ଟି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ହେଲେ ବିଧାନସଭାରେ ବିରୋଧୀ ବିଧାୟକଙ୍କ ଖୋଲା ଖୋଲି ଫାଇଭି-ଟିକୁ ପ୍ରସଂସାକୁ କରିବା ଯଥେଷ୍ଟ ଗରୁତ୍ବ ରକୁଛି । ସେପଟେ ତାରା ପ୍ରସାଦ ବାହିନିପତି କହିଛନ୍ତି ମୋ ପାଖରେ ଆଗେ ମାଟି ପରେ ପାର୍ଟି । ଫାଇଭି- ଟି ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ଟିମ କୋରାପୁଟ ଗସ୍ତ କରିବା ପରେ ଅନେକ ଗୁଡିଏ ଘୋଷଣା ହୋଇଛି । ଆମ୍ବୁଲାନ୍ସ ମିଳିଛି । ଷ୍ଟାପ କ୍ବାଟର , ଡାକ୍ତରଖଆନା ଲାଗି ଅର୍ଥ ବରାଦ ହୋଇଛି, ଆଦିବାସୀ ମାନେ ଉପକୃତ ହୋଇଛନ୍ତି । ଯିଏ କୋରାପୁଟ ବିକାଶଲାଗି କାମ କରିବ ମୁଁ ତାକୁ ପ୍ରସଂସା କରିବି । ସେପଟେ ବିରୋଧୀ ଦଳ ନେତା କହିଛନ୍ତି ଏହା ତାରାଙ୍କ ବ୍ୟକ୍ତିଗତ ମତ ହୋଇଥିବା । ସେ କଣ ପାଇଁ ପ୍ରସଂସା କରୁଛନ୍ତି ଆମେ ଜାଣିନୁ । ବିଜେଡି ବିଧାୟକ ଉମାକାନ୍ତସାମନ୍ତରାୟ କହିଛନ୍ତି ଫାଇଭି-ଟି ଯୋଗୁ ରାଜ୍ୟରେ ପ୍ରଶାସନିକ କାର୍ଯ୍ୟର ତ୍ବରାନ୍ବିତ ହୋଇଛି । ବିକାଶ କାମ ଆଗକୁ ବଢିଛି ।ଏହାକୁ ସମସ୍ତେ ସ୍ବାକାର କରିବା ସହ ପ୍ରସଂସା କରିବା ଦରକାର ।