ବୈଜୟନ୍ତ ଯଦି ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ପଳେଇଯାଆନ୍ତୁ ପାକିସ୍ତାନରେ ରହିବେ : ସୁର

ଭୁବନେଶ୍ବର : ବୈଜୟନ୍ତ ଯଦି ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ତେବେ ଯାଆନ୍ତୁ ପାକିସ୍ତାନରେ ରହିବେ । ମହାନ୍ ଉତ୍କଳ ଆମର, ମହାନ୍ ଭାରତ ଆମର । ଏ ପବିତ୍ର ମାଟି ପ୍ରଭୁ ଜଗନ୍ନାଥଙ୍କ ମାଟି । ଯଦି ରହିବା କଥା ଏଠାରେ ରୁହନ୍ତୁ ନହେଲେ ପାକିସ୍ତାନ ପଳାନ୍ତୁ ବୋଲି କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି ।
କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଟ୍ବିଟ୍ କୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ‘ଓଡ଼ିଶାରେ ପାକିସ୍ତାନ ଭଳି ଶାସନ ଚାଲିଛି’ ବୋଲି ବୈଜୟନ୍ତ ଟ୍ବିଟ୍ କହି କହିଥିଲେ । ତେବେ ବୈଜୟନ୍ତଙ୍କ ଟ୍ବିଟ୍ କୁ ନେଇ କଂଗ୍ରେସ ନେତା ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମହାନ୍ ଭାରତବର୍ଷ ଆମର । ତ୍ରିରଙ୍ଗା ଆମର ସମ୍ମାନ । ମହାନ୍ ଓଡିଶା ଆମର । ଯାହାର ମର୍ଯ୍ୟଦା ପାଇକ ବୀରମାନେ ଉଚ୍ଚରେ ରଖିଛନ୍ତି । ଓଡିଶାକୁ ପାକିସ୍ତାନ ସହ ତୁଳନା କରିବା ଠିକ୍ ହୋଇନାହିଁ ବୋଲି ସୁର କହିଛନ୍ତି ।