ନିରଞ୍ଜନଙ୍କ ଧମକରେ ନରମିଲେ ନବ, କଂଗ୍ରେସ ଛାଡିବିନି ବୋଲି ପ୍ରେସ ରିଲିଜରେ କଲେ ଘୋଷଣା

ଭୁବନେଶ୍ୱର : କଂଗ୍ରେସ ଛାଡିବିନି । ବିଜେଡିରେ ମିଶିବିନି । କଂଗ୍ରେସ ଛାଡି ବୋଲି ବୋଲି ପ୍ରେସରିଲିଜରେ ଏମିତି ସଫେଇ ଦେଇଛନ୍ତି ଝାରସଗୁଡା ବିଧାୟକ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ । ତେବେ ନବଙ୍କ ଦଳ ଛାଡି ବାକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ଏବେ ନବ ବାବୁ ଦଳରେ ରହିବେ ବୋଲି ପ୍ରେସ ରିଲିଜ ଦେବାକୁ ନେଇ ତା ଠୁ ବେଶୀ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନବ ବାବୁ ଏମିତିବେଳେ ଦଳ ନଛାଡିବାକୁ ହଲପ କରିଛନ୍ତି ଯେତେବେଲେ ନିରଞ୍ଜନ ପଟ୍ଟନାୟକ ଦଳ ଛଡାଙ୍କୁ ଉତ୍ତମ ମଧ୍ୟମ ମଧ୍ୟମ ଶୁଣେଇଛନ୍ତି ।

ଦୀର୍ଘ କିଛିମାସ ହେଲା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ଖବରକୁ ଚର୍ଚ୍ଚାରେ ରଖିଥିବା ନବ ଶେଷରେ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସ୍ପଷ୍ଟ ମତ ରଖିଛନ୍ତି।ଏପର‌୍ୟ୍ୟନ୍ତ ବିଜେଡିରେ ମିଶିବା ଓ କଂଗ୍ରେସ ଛାଡ଼ିବାକୁ ନେଇ ଗଣମାଧ୍ୟମ ଓ ଦଳୀୟ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ରଖି ଆସିଥିବା ଶ୍ରୀ ଦାସ ଆଜି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ସେ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ।କଂଗ୍ରେସ ଦଳରେ ସେ ନିଷ୍ଠାର ସହ କାର‌୍ୟ୍ୟ କରୁଛନ୍ତି ଓ କରିବେ ମଧ୍ୟ। ଗତ କିଛିଦିନ ଧରି ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ସେ ବିଜେଡିରେ ମିଶିବା କଥା ପ୍ରଚାରିତ ହେଉଛି।ତେବେ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ଛାତ୍ର ଜୀବନରୁ ସେ କଂଗ୍ରେସ ସହ ଜଡ଼ିତ ଅଛନ୍ତି। କଂଗ୍ରେସର ଉତଥାନ ଓ ପତନ ସେ ଦେଖିଛନ୍ତି। ଅତୀତରେ ନିଜର କାର‌୍ୟ୍ୟ ପାଇଁ କଂଗ୍ରେସ ତାଙ୍କୁ ପିସିସି କାର‌୍ୟ୍ୟକାରୀ ସଭାପତି ଭାବେ ମନୋନୀତ କରିଛି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ନିଷ୍ଠାର ସହ କରୁଛନ୍ତି। ତାଙ୍କର କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନି।ଯେଉଁମାନେ ତାଙ୍କ ନାଁରେ ଏଭଳି ଅପପ୍ରଚାର କରୁଛନ୍ତି ସେମାନେ ସେଥିରୁ କ୍ଷାନ୍ତ ରହିବା ପାଇଁ ଶ୍ରୀ ଦାସ ଏହି ରିଳିଜରେ ଅନୁରୋଧ କରିଛନ୍ତି।

ଦଳ ପରିବର୍ତ୍ତନ କରିବେ ନାହଁ। ବିଜେଡିରେ ଯୋଗଦେବେ ନାହିଁ। ଗଣ ମାଧ୍ୟମରେ ହେଉଥିବା ଏପରି ଚର୍ଚ୍ଚାକୁ ସେ ଖଣ୍ତନ କରିଛନ୍ତି। ଅତୀତର କାର‌୍ୟ୍ୟି ପାଇଁ କଂଗ୍ରେସ ଦଳ କାର‌୍ୟ୍ୟେକାରୀ ସଭାପତି ଦାୟିତ୍ବ ଦେଇଛି। ଆଗରୁ ଗଣମାଧ୍ୟାମରେ ଏପରି ଚର୍ଚ୍ଚାକୁ ଖଣ୍ତନ କରିନଥିବା ନବ ହଠାତ କାହିଁକି ଏପାରି ପ୍ରେସ ବିଜ୍ଞପ୍ତି ଜାରି କଲେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ଛତିଶ ଗଡ ଫଳାଫଳ ପରେ ନବ ଦାସ ମନ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ଏପରିକି ଗତ କାଲି ଝାରସୁଗୁଡାରେ ବି ପିସିସି ସଭାପତି ଦଳ ନେତାଙ୍କୁ ଚେତାବନୀ ଦେଇଥିଲେ ଯେ ଦୁଇ ବର୍ଷ ଭିତରେ ବିଜେଡି ବୁଡିବ ଏପରି କି ଯିଏ ସେ ଦଳକୁ ଯିବ ସିଏବି ବୁଡିବ ବୋଲି କହିଥିଲେ । ତାପରେ ନବ ଦାସ ଆଜି ପ୍ରେସ ବିଜ୍ଞନ୍ତି ଜାରି କରିଛନ୍ତି।

ପିସିସି ର ସଭାପତି ନିରଞ୍ଜନ ପଟ୍ଟନାୟକ।କଂଗ୍ରେସର ଜାଗରଣାଯାତ୍ରାରେ ଆସି ଝାରସୁଗୁଡା ରେ ପହଂଚିବା ପରେ ନିରଂଜ୍ଜନଙ୍କ ସମେତ ଦଳର ଅନ୍ୟ ଭେଟେରାଂ ଓ ଯୁବ ନେତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଜିଲ୍ଲା କଂଗ୍ରେସ ପକ୍ଷରୁ।ସ୍ଥାନୀୟ ସତସଂଗ ଭବନ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗଦେଇ ସ୍ଥାନୀୟ ବିଧାୟକ ନବଦାସଙ୍କ ସମେତ ଅନ୍ୟ କଂଗ୍ରେସର ନେତାମାନେ ବିଜେଡିକୁ ଯିବାକୁ ଆଗଭର ହୋଇ ବିଜେଡି ଶିବିର ସହ ଯୋଗାଯୋଗ ରେ ରହିଥିବା ଆଲୋଚନା ସନ୍ଦର୍ଭରେ ନିରଂଜ୍ଜନ ଚେତାଇ ଦେଇଥିଲେ ଆଗକୁ ବିଜେଡ଼ିର ଭବିଷ୍ୟତ ମାତ୍ର ୨ ବର୍ଷ।୨ ବର୍ଷ ପରେ ବିଜେଡ଼ି ସତ୍ତା ହରାଇବ।ତେଣୁ ଯେଉଁ ମାନେ ଦଳ ଛାଡିବାକୁ ଇଚ୍ଛା କରୁଛନ୍ତି ସେମାନେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଜ୍ଝନିରଞ୍ଜନ ଙ୍କ ଏଭଳି ବାଣୀ ଶୁଣିବା ପରେ କଂଗ୍ରେସର ରାଜ୍ୟ କାର‌୍ୟ୍ୟକାରୀ ସଭପତି ବିଧାୟକ ନବଦାସ ତାଙ୍କର ଦଳ ବଦଳ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିବାକୁ କହି ଆଲୋଚନା କେବଳ ମିଡିଆ ର ବୋଲି କହିଛନ୍ତି।ଏଥିସହ ସେ ଶ୍ରୀକାନ୍ତ ଜେନାଙ୍କ ଭଳି ଅବୁଝା ନେତା ଓ ସମସ୍ତ ନେତା ନିରଞନଙ୍କ ନେତ୍ରୁତ୍ୱକୁ ମାନି କାମ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ଝ

କଂଗ୍ରେସର ଜାଗରଣ ଯାତ୍ରାରେ ସାମିଲ ହୋଇଥିଲେ ଶହଶହ କଂଗ୍ରେସ କର୍ମୀ ।ପ୍ରଥମଥର ପାଇଁ ବିଧାୟକ ଙ୍କ ପୁଅ ମଇଦାନକୁ ଓହ୍ଲାଇ ମଞ୍ଚରେ ନିଜର ଭାଷଣ ଦେଇ କଂଗ୍ରେସ ନେତୃତ୍ୱ ସମ୍ମୁଖରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।ଏହି ସଭାରେ ଯୋଗଦେଇ ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀ ବିଧାୟକ ନବଦାସଙ୍କ ରାଜନୈତିକ କ୍ୟାରିଅର କଂଗ୍ରେସରୁ ଆରମ୍ଭ ଓ ସେ ଛାତ୍ର ରାଜନିତୀରୁ କଂଗ୍ରେସରେ ଅଛନ୍ତି,ତେଣୁ ଦଳ ବଦଳ ସମ୍ଭାବନାକୁ ସେ ବିଶ୍ବାସ କରି ପାରୁନାହାନ୍ତି ବୋଲି କହିଥିବା ବେଳେ ଜାଗରଣଯାତ୍ରାରେ ଲୋକଙ୍କ ଅଭୁତପୁର୍ବ ସମର୍ଥନ ମିଳୁଛି ବୋଲି ପିସିସି ସଭାପତି ମତଦେଇ ଆଗାମୀ ନିର୍ବାଚନରେ ବର୍ତ୍ତମାନର ନବୀନ ସରକାରଙ୍କ ସବୁ କ୍ଷେତ୍ରରେ ବିଫଳତା ସାଙ୍ଗକୁ ଚାଷୀଙ୍କ ସମସ୍ୟା,ଯ୍ବକଙ୍କ ସମସ୍ୟାକୁ ନେଇ ନିର୍ବାଚନ ଲଢିବ ଓ ରାଜ୍ୟରେ କଂଗ୍ରେସ ମଜବୁତ ହୋଇ କ୍ଷମତାକୁ ଫେରିବେ ବୋଲି ଦୃଢୋକ୍ତି କାଶ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗତକାଲି ଝାରସୁଗୁଡାରେ ପିସିସି ସଭାପତିଙ୍କ ଜାଗରଣଯାତ୍ରାର ୨୪ ଘଣ୍ଟା ନପୁରୁଣୁ ଆଜି ବିଧାୟକ ନବଦାସ ଏକ ପ୍ରେସ ନୋଟ ଜାରୀ କରି ସେ କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନି ବରଂ ଏଭଳି ଅପପ୍ରଚାରରୁ କ୍ଷାନ୍ତ ରହିବାକୁ କହିଛନ୍ତି.ନବଙ୍କ ଏହି ଚିଠିର କେତେ ଗୁରୁତ୍ୱ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ଜ୍ଝ

ତେବେ କୁହାଯାଉଛି ବଧାୟକ ନବ ଦାସଙ୍କୁ କୁଆଡେ ବିଜେଡି ଭରସାକୁ ନେଇନି । ଏମିତିକି ନବ ବାବୁ ବିଜେଡିକୁ ଆସିଲେ ବିଜେଡିର ପଶ୍ଚମ ଓଡିଶା ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ବୋଲି ରିପୋର୍ଟ ବି ମିଳି ସାରିଛି । ଅବଭକ୍ତ ସମ୍ବଲପୁର ଜିଲ୍ଲା ସମେତ ପୁରା ପଶ୍ଚିମ ଓଡିଶାର ନେତା ବି ନବ ଦାସଙ୍କୁ ବିଜେଡିରେ ଗ୍ରହଣ କରି ପାରୁ ନଥିବା ଖବର ବି ବିଜେଡି କ୍ଷମତାକେନ୍ଦ୍ରରେ ପହଁଚିଛି । ଏମିତି ବି ନବ ବାବୁଙ୍କ ଟ୍ରାକ ରେକଡ ଦେଖି ବିଜେଡି କାଳେ ସେ ଭରସାଯୋଗ୍ୟ ନୁହଁନ୍ତି ବୋଲି ବୁଝି ସାରିବା ପରେ ଆଉ ତାଙ୍କୁ ଦଳକୁ ନେବାକୁ ଚାହୁଁନି ବୋଲି ଶୁଣା ଯାଉଛି । ଏମିତି ବି ଖବର ଉଡୁଛି ନବ ବାବୁଙ୍କୁ ବିଜେଡିଡର ଜଣେ ଯୁବ ବିଧାୟକ ଓ କ୍ଷମତାକେନ୍ଦ୍ରର ମୁଖିଆ ।ଉ ଧରାଛୁଆଁ ଦେଉ ନାହାନ୍ତି । କି ଦେଖା କରୁ ନାହାନ୍ତି । ଥେିରେ ନିରାଶ ହୋଇ ସେ ବିଜେଡିରେ ଯୋଗ ଦେଉ ନାହାନ୍ତି ବୋଳି ଘୋ,ଣା କରିଛନ୍ତି । ତେବେ କିଛି ରାଜନୈତିକ ସମୀକ୍ଷକଙ୍କ ମତ ନବ ବାବୁ ନିଜ ସ୍ୱାର୍ଥ ଲାଗି କୁଆଡେ ସବୁ କରି ପାରନ୍ତି । ଏହା ବି ତାଙ୍କର ଏକ ଚାଲ ହୋଇପାରେ । ତେବେ ବାସ୍ତବ ଚିତ୍ର ସେତେବେଳେ ପଦାକୁ ଆସିବଯେତେବେଳେ ନିର୍ବାଚନ ହେବ ।

ବିଧାୟକ ନବ ଦାସଙ୍କ ଭିଡିଓ ଭାଇରାଲ