ପିସିସିର ଘୋଷଣା
ଭୁବନେଶ୍ବର : ମୁଣ୍ଡ ଉପରେ ନିର୍ବାଚନ । କଣ ମନଲୋଭା ପ୍ରତିଶୃତି ନେଇ ଲୋକଙ୍କ ପାଖକୁ ଯିବେ ଦଳ ତା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ନିର୍ବାଚନ ଜିତିଲେ କଂଗ୍ରେସ ପ୍ରତି ପରିବାରକୁ ମ୍ୟାରେଜ୍ କିଟ୍ ଦେବ ବୋଲି ଆଜି ଘୋଷଣା କରିଛି । ବିଭାହ ସମୟରେ ଏହି ମ୍ୟାରେଜ କିଟ ଦିଆଯିବ । ଏହା ଟଙ୍କା କିମ୍ବା ବିବାହ ସରଞ୍ଜାମ ହୋଇପାରେ ବୋଲି କହିଛି କଂଗ୍ରେସ । କଂଗ୍ରେସ ସରକାରକୁ ଆସିଲେ ମ୍ୟାରେଜ କିଟ ଦେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ଋଣଛାଡ ଠାରୁ ଅନେକ କଥା ପ୍ରତିଶୃତି ଦେଇ ସାରିଛି ଦଳ ।