ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ:  ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ତୃତୀୟ ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସମ୍ବଲପୁର ଲୋକସଭା ପାଇଁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ସହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଚର୍ଚ୍ଚିତ ଚେହେରା ଅଶ୍ୱିନୀ ପୁଜାରୀ, ଘସିପୁରା ବିଧାନସଭା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଏଆଇସିସି ଏହି ଆସନକୁ ନିରଞ୍ଜନଙ୍କ ନାଁରେ ବିଧିବଦ୍ଧଭାବେ ମୋହର ମାରିଛନ୍ତି । ସେହିଭଳି କଟକ ଚୌଦାର ଜଗଦିଶ ମହାନ୍ତି, କଟକ ସଦର ପାଇଁ ଅଭିଷେକ ମହାନନ୍ଦ, ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ସୁକାନ୍ତ ତିଆଡ଼ି ଭୋଇ, ଭୁବନେଶ୍ୱର ଉତ୍ତର ପାଇଁ ଯୁବ ନେତା ଇତିସ୍ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ୍ ଦେଇଛି ।