ଭୁବନେଶ୍ୱର: ୨ଟି ବିଧାନସଭା ଆସନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ଦଳ ଟିକେଟ୍ ଦେଇଥିବା ବେଳେ ଖୋର୍ଦ୍ଧାରୁ ସ୍ବାଗତିକା ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଗତକାଲି ସେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହା ପରେ ଦଳ ଏଠାରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ଦେଇଥିବା ସୂଚନା ମିଳିଛି।