ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ପରଲୋକ । ୭୭ ବର୍ଷ ବୟସରେ ଗୁରୁପଦଙ୍କ ପରଲୋକ ହୋଇଛି । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ଅପ୍ରେଲ ୮, ୧୯୪୬ରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ ଗୁରୁପଦ । ୧୯୬୯ରେ ଛାତ୍ରନେତା ଭାବେ ସେ ଅଲ୍‌ ଓଡିଶା ଷ୍ଟୁଡେଣ୍ଡ ୟୁନିୟନ ନାମରେ ଏକ ସଂଗଠନ ଗଠନ କରିଥିଲେ । ପରେ ପରେ ସେ ୧୯୭୨ରେ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲେ ଗୁରୁପଦଙ୍କ ରାଜନୈତିକ କ୍ୟାରିୟର । ଦଳର ତାଙ୍କ ଅଭିଜ୍ଞତାକୁ ଦେଖି ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା ।

ଗୁରୁପଦ ନନ୍ଦ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୧୯୮୦ରେ କଂଗ୍ରେସରୁ ଟିକେଟ୍‌ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବି ଦାୟିତ୍ୱ ନିର୍ବାହ କରିଥିଲେ । କଟକ ଜିଲ୍ଲା କଂଗ୍ରେସର ଗୁରୁପଦ ସଭାପତି ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଗୁରୁପଦଙ୍କ ବିୟୋଗରେ ପିସିସି ସଭାପତି ଶୋକ ପ୍ରକାଶ କରିଛନ୍ତି ।