ବିଧାୟକ ନବ ଦାସଙ୍କ ଭିଡିଓ ଭାଇରାଲ

ଝାରସଗୁଡା : ବିଧାନସଭାରେ ମୋବାଇଲରେ ୟୁ-ଟ୍ୟୁବରେ ଅଶ୍ଲୀଳ ଭିଡିଓ ଦେଖିବା ଅଭିଯୋଗରେ ଛନ୍ଧି ହୋଇ ବିବାଦକୁ ଆସିଥିବା ଝାରସଗୁଡା ବିଧାୟକ ନବ ଦାସଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଝାରସଗୁଡାରୁ ରାଜଧାନୀ ଯାଏ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି । ଏହି ଭିଡିଓ ଏମିତି ବେଳରେ ଭାଇରାଲ ହୋଇଛି ଯେତେବେଳେ ବିଧାୟକ ନବ ବାବୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାକୁ ଅଣ୍ଟା ଭିଡିଥିବା ନେଇ କୁହାଯାୁଛି । ଏହି ଭିଡିଓ ପୁଣି ଥରେ ବିଧାୟକ ନବ ଦାସଙ୍କୁ ଚର୍ଚ୍ଚାକୁ ଆଣିଛି ।

ବିଧାୟକ ନବ ଦାସଙ୍କ ଭାଇରାଲ ହୋଇଥିବା ଏହି ଭିଡିଏରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଳି ଦେଉଛନ୍ତି । ଏହି ଭିଡିଓରେ ଏକ ସଭାରେ ଜନ ସାଧାରଣଙ୍କୁ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେଉଛନ୍ତି ନବ ବାବୁ । ୪୮ ସେକେଣ୍ଡର ଏହି ଭିଡିଓରେ ସେ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଉଛନ୍ତି । କହୁଛନ୍ତି “ଆରେ ହାମ ତୋ ନବୀନ ପଟ୍ଟନାୟକକୋ କୁଛ ନେହି ସୋଚତେ, ଇନ ଲୋକୋଙ୍କ ତୋ ଛୋଡିଏ” ଏତିକି କହିଲାବେଳେକୁ ସଭାରେ ତାଳି ଶଦ୍ଧ ସୁଭୁଛି । କେବଳ ସେତିକି ନୁହେଁ ବିଧାନସଭା କଥା କହୁଥନ୍ତି ନବ ବାବୁ । “ଯବ ବିଧାନ ସଭାମେ ନବ ଦାସ ଉଠତା ହେ ତୋ ନବୀନ ପଟ୍ଟନାୟକ ଫଟ ଜାତି ହେ,ଇନ ଲୋକଙ୍କ କ୍ୟା ହେ ” । ଏହି ଭିଡିଓ ଏକ ଆଗଧାଡିର ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋିଥିବା ଏକ କାର୍ଯ୍ୟକ୍ରମର ଭିଡିଓ ବୋଳି ବି ଜଣା ପଡିଛି ।

ଏହି ଭିଡିଓ ସେତେବେଳେ ଭାଇରାଲ ହୋଇଛି ଯେତେବେଳେ ବିଧାୟକ ନବ ବାବୁ ଆସନ୍ତା ୨୬ ତାରିଖରେ ହାତ ଛାଡି ଶଙ୍ଗ ଫୁଙ୍କିବେ ଅର୍ଥାତ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ନବୀନଙ୍କୁ ନିଜର ନେତା ବୋଲି ସ୍ୱୀକାର କରିବାକୁ ଯାଉଛନ୍ତି ବୋଲି କୁହାଯାୁଛି । ଆଉ ଏହି ଭିଡିଓ ଏବେ ଝାରସଗୁଡା ଠୁ ଆରମ୍ଭ କରି ସାରା ପଶ୍ଚିମ ଓଡିଶାରେ ଗୁରିବୁଲିବା ସହ ରାଜଧାନୀରେ ମଧ୍ୟ ଘୁରୁଛି । ବିଭିନ୍ନ ପଲିଟିକାଲ ହାଟସଅପ ଗ୍ରୁପ ଓ ଫେସବୁକରେ ଏହା ମାଡି ଚାଲିଛି । ଆଉ ଏହି ଭିଡିଓ ପୁଣଇ ଥରେ ବିଧାୟକ ନବ ବବ ଦାସଙ୍କୁ ଚର୍ଚ୍ଚା କୁ ଆଣିଛି । ତେବେ ଏହି ଭିଡିଓ ନବ ବାବୁଙ୍କ ବିଜେଡିରେ ମିଶିବାକୁ ଏହି ଭିଡିଓ ରୋକି ପାରିବ କି ନା ତାହା ଭିନ୍ନ କଥା କିନ୍ତୁ ତାଙ୍କ ସ୍ୱଭାବ ଉପରେ ପ୍ରଶ୍ନ ଚିହ୍ନ ଲଗାଇବ ବୋଲି କୁହାଯାୁଛି । ଏମିତି ବି ଚର୍ଚ୍ଚା ହେୁଛି ନବ ବାବୁ ” ଯାହାକୁ କହୁଥିଲେ ଛି ଏବେ ତାହା ଗୋଡ ଧୁଆ ପାଣି ପି “ନୀତି ଆପଣାଉଛନ୍ତି । ତେବେ ଦେଖିବା କଥା ସେ ଯଦି ଦଳ ବଦଳାଉଛନ୍ତି ତେବେ ଭୋଟର ତାଙ୍କୁ କେତେ ଗ୍ରହଣ କରୁଛନ୍ତି ।