ଦିଲ୍ଲୀ ବିଧାନସଭା ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ନିଜର ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ କଂଗ୍ରେସ ମଧ୍ୟବର୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ, ଶତୃଘ୍ନ ସିହ୍ନା, ନବଜୋତ ସିଂ ସିଦ୍ଧୁ, ଶଶୀ ଥରୁର ରହିଛନ୍ତି ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂ, କମଲ ନାଥ, ଭୁପେଶ ୱାଘେଲା, ଅଜୟ ମାକେନ, କପିଲ ଶିବଲଓ ଭୁପେନ୍ଦର ସିଂ ହୁଡା ପ୍ରମୁଖ ରହିଛନ୍ତି । ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ସ୍ବାକ୍ଷରିତ ଏହି ତାଲିକା କଂଗ୍ରେସ ପ୍ରକାଶ କରିଛି । ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯିବା ପରେ ଏହାକୁ ଭାରତୀୟ ନିର୍ବାଚନ କମିଶନର ସେକ୍ରେଟାରୀଙ୍କ ନିକଟକୁ ପଠାଯାଇଛି ।