ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଲା ଦଳ । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ । ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ ।

ସେପଟେ ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ନେଇ ଚାଲିଛି ମାନସ ମନ୍ଥନ । ମହମ୍ମଦ ମୋକିମଙ୍କ ବଦଳରେ କିଏ ହେବେ ପ୍ରାର୍ଥୀ, ତାକୁ ନେଇ ଚର୍ଚ୍ଚା ।