ବାଜିଲା ପିଇସିର ମୋହର ,୫୦ ନୁହେଁ ୪୪ ପ୍ରାର୍ଥୀ ତାଲିକା ସ୍ଥିର କଲା କଂଗ୍ରେସ,୯ ନୂଆ ମୁହଁ

ଭୁବନେଶ୍ବର :  ୫୦ ନୁହେଁ ୪୪ ଜଣ ପ୍ରାର୍ଥୀ ତାଲିକା ସ୍ଥିର କରିଛି କଂଗ୍ରେସ ।  ହେଲେ ଏହି ତାଲିକା କେବେ ଘୋଷଣା ହେବ ସେ ନେଇ ଡେଡ ଲାଇନ ନାହିଁ। ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୪୪ଜଣ ପ୍ରାର୍ଥୀଙ୍କୁ ସ୍ଥିର କଲା କଂଗ୍ରେସ । ବାଜିଲା ପିଇସିର ମୋହର। ଏ ନେଇ କଂଗ୍ରେସ ଭବନରେ ବସିଥିଲା ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକ। ଦୁଇ ଘଣ୍ଟା ଧରି ଚାଲିଲା ମାରାଥନ ଆଲୋଚନା ।  ୫୦ ନହେଲା ନାହିଁ ୪୪ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କଲା ପିଇସି। ।

ପି.ଇ.ସି. ଦ୍ୱାରା ଚୟନ ହୋଇଥିବା ସମସ୍ତ ୪୪ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଉପକୂଳ ଓଡ଼ିଶାର ୧୩ଜଣ, ଦକ୍ଷିଣ ଓଡ଼ିଶାର ୧୧ ଓ ପଶ୍ଚିମ ଓଡ଼ିଶାର ୨୦ଜଣ ପ୍ରାର୍ଥୀ ରହିଥିବା ସୂଚନା ମିଳିଛି। ଜଗତସିଂହପୁରର ୩ଟି ଆସନ ପାଇଁ ପ୍ରାର୍ଥୀ ଚୟନକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି।

ଦଳର ସମସ୍ତ ୧୫ ବିଧାୟକଙ୍କୁ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ସୁଯୋଗ ଦିଆଯାଇଛି। ବାକି ୨୯ଜଣଙ୍କ ମଧ୍ୟରେ ୯ଜଣ ସମ୍ପୂର୍ଣ୍ଣ ନବାଗତ ଥିବାବେଳେ କଂଗ୍ରେସରେ ସାମିଲ ହୋଇଥିବା ଜର୍ଜ ତିର୍କୀ ଓ ରମେଶ ଜେନାଙ୍କ ନାଁ ଉପରେ ପିଇସିର ଚୂଡ଼ାନ୍ତ ମୋହର ବାଜିଥିବା ଜଣାପଡ଼ିଛି।

 

ଏହି ତାଲିକାଙ୍କୁ ସ୍କ୍ରିନିଂ କମିଟିକୁ ଦିଆଯିବ । ତାପରେ କଂଗ୍ରେସ ଅଧ୍ୟକ୍ଷ ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।। ପିଇସିରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି  ତା ଉପରେ ଆହୁରି ପୁଙ୍ଖନୁପୁଙ୍ଖ ସମୀକ୍ଷା ହେବ ବୋଲି  କହିଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସତ୍ୟସେନ ।