ପିପିଲି : ପିପିଲି ଉପନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତଅଜିତମଙ୍ଗରାଜ ଙ୍କ ପ୍ରଚାର ଶୋଭାଯାତ୍ରାରେ ଆଜି ପିସିସି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚିରଞ୍ଜିବି ବିଶ୍ୱାଳଙ୍କ ସହ ଅଖିଳ ଭାରତୀ କଂଗ୍ରେସ ସମ୍ପାଦକ ଶ୍ରୀ ରୁଦ୍ର ରାଜୁ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କଟକ ଜିଲ୍ଲା ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଶ୍ରୀ ସଂଗ୍ରାମ କେଶରୀ ଜେନା ଓ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡା ପ୍ରମୁଖ ଯୋଗ ଦେଇ ହାତ ଚିହ୍ନରେ ଭୋଟ ଦେବାକୁ ଜନତା ମାନଙ୍କୁ ଅନୁରୋଧ କରିଥିଲେ।