ଶିଘ୍ର କଂଗ୍ରେସ ବାଣ୍ଟିବ ଟିକେଟ୍‌,ରାଫେଲ ଡିଲ ହେବ ନିର୍ବାଚନ ପ୍ରସଙ୍ଗ

ଭୁବନେଶ୍ବର : ୨୦୧୯ ସାଧରଣ ନିର୍ବାଚନ ପାଇଁ  ଛଅ ମାସ ଆଗରୁ ଟିକେଟ ଦେବ କଂଗ୍ରେସ ତିନ ଦିନ ପରେ ଏହି ପ୍ରକ୍ରିୟା ଆରମ୍ଭ କରିବ କଂଗ୍ରେସ ନୂଆ ପିସିସି ଟିମ ବୈଠକ ପରେ ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ ପ୍ରତି ବୁଥରେ ସଙ୍ଗଠନ ମଜବୁତ କରିବାକୁ କଂଗ୍ରେସ ଆରମ୍ଭ କରିବ ନୂଆ କର୍ଯ୍ୟକ୍ରମ ମୋ ବୁଥ ମୋ ଗୌରବ ଏପଟେ ପିସିସି ଟିମ ଗଠନ ନେଇ କର୍ମୀଙ୍କ ଭିତରେ ଥିବ ଅସନ୍ତୋଷ ମେଡିଆ ଆଗରେ ନକହି ଦଳୀୟ ଫୋରମରେ ଜଣାଇବାକୁ କହିଛନ୍ତି ତାରା ଏପ​‌ଟେ ରାଫେଲ ଡିଲକୁ ପ୍ରସଙ୍ଗ କରି ପ୍ରତି ଜିଲ୍ଲାରେ ପହଞ୍ଚିବାକୁ ନିର୍ଦ୍ଦେସ ଦେଇଛନ୍ତି ହାଇକମାଣ୍ଡ

ଖୁବ୍ଶିଘ୍ର କଂଗ୍ରେସ ବାଣ୍ଟିବ ଟିକେଟ୍ । ତିନି ଦିନ ପରେ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ୬ମାସ ଆଗରୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦିଆଯିବ ଏନେଇ କଂଗ୍ରେସ ଭବନରେ ନୂଆ ପିସିସି ଟିମର କାଲି ଠାରୁ ବୈଠକ ବସୁଛି । ପିସିସି ଟିମ ଗଠନ ପରେ ଏହା ହେବ ପ୍ରଥମ ବୈଠକ । ବୈଠକ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଭାରୀ ଜିତେନ୍ଦ୍ର ସିଂ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଡାକି ଆଲୋଚନା କରିଛନ୍ତି ।ରାଜ୍ୟରେ ରାଫେଲ ଡିଲକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା କାଲି ପିସିସି ଟିମ ବୈଠକରେ ନିର୍ବାଚନ ରଣନୀତି ଏବଂ ଟି​‌କେଟ ବଣ୍ଟନ ନେଇ ଆଲୋଚନା ହେବ। ଏହା ସହ ପ୍ରତିବୁଥରେ କିଭିଳି ଭାବେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ପିସିସି କର୍ମାକର୍ତ୍ତାକୁ ଦାୟୀତ୍ବ ବଣ୍ଟନ କରାଯିବ।

ଛଅ ମାସ ଆଗରୁ ଟିକେଟ ବାଣ୍ଟନ ନେଇ ଦଳର ବରିଷ୍ଠ ନେତା ସ୍ବାଗତ କରିଛନ୍ତି । ରାଫେଲ ଡିଲକୁ ପ୍ରସଙ୍ଗ କଲେ ଓଡିଶାକୁ ଫାଇଦା ମିଳିବ ବୋଲି କହିଛନ୍ତି ବରିଷ୍ଠ ନେତା ତାରାପ୍ରସାଦ ବାହୀନିପତି ଏବଂ ଜୟଦେବ ଜେନା । ଛଅ ମାସ ଆଗରୁ ଟିକଟେ ବଣ୍ଟିଲେ ନେତା ଆଉ ଭୁବନେଶ୍ବରେ ବୁଲିବେ ନାହିଁ । ଯଦି ଛଅମାସ ଭିତରେ ସେମାନଙ୍କ ସ୍ଥିତି ଭଲ ନହେବ ତାହେଲେ ଟିକେଟ କଟାଯାଇ ଅନ୍ୟଲୋକଙ୍କୁ ଦିଆଯିବ । ସେହିଭଳି ତାରା କହିଛନ୍ତି ଅସନ୍ତୁଷ୍ଟ ନେତାମାନେ ମିଡିଆ ଆଗକୁ ନଆସି ଦଳୀୟ ଫୋରମରେ ଜଣାନ୍ତୁ ।

ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଉପସଭାପତି, ସାଧାରଣ ସମ୍ପାଦକ, ଏକଜ୍ୟୁଟିଭ ମେମ୍ବର, ସ୍ପେଶାଲ ଇନଭାଇଟଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବୈଠକ ବସିବ । ଏହି ବୈଠକରେ ମୋ ବୁଥ ମୋ ଗୌରବ ଏବଂ ପ୍ରୋଜେକ୍ଟ ଶକ୍ତି ଉପରେ ଆଲୋଚନା ହେବ।  ଅପରାହ୍ନରେ କୋର କମିଟି ବୈଠକ ବସିବ।

ସେ କହିଛନ୍ତି ଯେ ଉକ୍ତ ବୈଠକରେ ସାଧାରଣ ନିର୍ବାଚନ  ୨୦୧୯ ପାଇଁ ରଣକୌଶଳ ସ୍ଥର କରାଯିବ । ନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜା ନେଇ ଆଲୋଚନା କରାଯିବା ସହ ଟିକେଟ୍ ଆବଂଟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ରାଫେଲ ଡିଲକୁ ନିର୍ବାଚନ ପ୍ରସଙ୍ଗ କରାଯିବ । ବୈଠକ ପରେ ପରେ ଦୁଇତିନି ଦିନ ମଧ୍ୟରେ ଟିକେଟ୍ ଆବଣ୍ଟନ ଆରମ୍ଭ ହେବ ବୋଲି ସେ କହିଛନ୍ତି।