ଓଡ଼ିଶାରୁ ଲୋକସଭା ଆସନ ଲାଗି କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର: ଶୁକ୍ରବାର ଦିନ କଂଗ୍ରେସ ସାତଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, କେଉଁଝରରୁ ଫକିର ମୋହନ ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ ମଧୁମିତା ସେଠୀ, ଢେଙ୍କାନାଳରୁ କାମାକ୍ଷାପ୍ରସାଦ ସିଂହଦେଓ ଏବଂ ଜଗତ୍‌ସିଂହପୁରରୁ ପ୍ରତିମା ମଲ୍ଲିକ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ କଂଗ୍ରେସ ତରଫରୁ ଟିକେଟ୍‌ ପାଇଛନ୍ତି।