୨୦ ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : କଂଗ୍ରେସ ଶୁକ୍ରବାର ଦିନ ୭ଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଧାନସଭା ଆସନ ପାଇଁ କଂଗ୍ରେସ ବାରିପଦାରୁ ଦଶରଥ ସିଂହ, ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ଜେନା, ସୁକିନ୍ଦାରୁ ଶରତ ରାଉତ, ପର୍ଜଙ୍ଗରୁ ଯଶସ୍ୱିନୀ ରାଉତ, ନିଆଳିରୁ ମମତା ଭୋଇ, ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁଙ୍କ ନାମ ଘୋଷଣା କରିଛି।

ଏହାସହ ପାଟକୁରାରୁ ଜୟନ୍ତ ମହାନ୍ତି, ତିର୍ତ୍ତୋଳରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ଅରୋ ପ୍ରସାଦ ମିଶ୍ର, ନୟାଗଡରୁ ମନୋଜ କୁମାର ସାହୁ, ତେଲକୋଇରୁ ମୋହନ ହେମ୍ବ୍ରମ, ପାଟଣାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ ଏବଂ ଉଦଳାରୁ ବେଣୁଧର ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।