ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ପୁରୀ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ଭରିଛନ୍ତି । ଅଜିତ ପୂଜାର୍ଚ୍ଚନା କରିବା ପରେ ନିଜ ନେତା କର୍ମୀ ଓ ସମର୍ଥକଙ୍କୁ ନେଇ ଡେଲାଙ୍ଗରୁ ଏକ ରାଲିରେ ବାହାରିଥିଲା । ରାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଶୋଭାଯାତ୍ରା ପୁରୀରେ ପହଂଚିବା ପରେ ଦଳୀୟ ନେତାଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଜିତ ମଙ୍ଗରାଜ ।

congress candidate ajit mangaraj filed nomination for pipili by election