ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବମ୍ଫର ବିଜୟ ପରେ ସବୁଠୁ ଛୁଟୁଛି ଶୁଭେଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟର ଜରିଆରେ କେଜ୍ରିୱାଲଙ୍କୁ ଜଣାଇଛନ୍ତି ଶୁଭେଛା । ଦିଲ୍ଲୀବାସୀଙ୍କ ଆକାକ୍ଷାଂକୁ ପୂରଣ କରିଥିବାରୁ ଅରବିନ୍ଦଙ୍କୁ ଢେର ସାରା ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି ମୋଦି ।
ସମୁଦାୟ ୭୦ ଆସନ ମଧ୍ୟରୁ ଆପ ୬୨ଟି ଆସନରେ ବିଜୟ ଲାଭ କରିଛି । ବିଜେପିର ଦୃଢ ରଣନୀତି ସତ୍ୱେ କେଜ୍ରିୱାଲଙ୍କ କ୍ରେଜ ପୂର୍ବପରି ବଳବତର ରହିଥିବା ସ୍ପଷ୍ଟ କରିଛି ନିର୍ବାଚନ ଫଳାଫଳ ।