ଭୁବନେଶ୍ୱର: ଏସିଆ ରଗବି ଅନଷ୍ଟପେବଲ ଅଭିଯାନରେ ଓଡ଼ିଆ ଝିଅ ସୁମିତ୍ରା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏସିଆ ରଗବି ଅନଷ୍ଟପବେଲ ଅଭିଯାନରେ ସାରା ଦେଶର ତିନି ଜଣ ମହିଳା ରଗବି ଖେଳାଳି ଭାରତର ପ୍ରତିନିଧିତ୍ୱ କରିବେ । ସେଥିମଧ୍ୟରେ ଓଡ଼ିଶା ଓ କିସ୍ର ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି ।
Congratulate Odisha’s rugby star Sumitra Nayak on being selected to represent #India at the @asiarugby #Unstoppable campaign. Wish @RugbyIndia all the best for it. #WomenInRugby https://t.co/fi98wUMbUT
— Naveen Patnaik (@Naveen_Odisha) September 20, 2020
ଅନ୍ୟ ଦୁଇ ଜଣ ହେଲେ ବାହାଭିତ୍ ବରୁଚା ଓ ସଂଧ୍ୟା ରାଏ । ଆଜି ସୁମିତ୍ରାଙ୍କ ଏହି ସଫଳତା ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତକୁ ପ୍ରତିନିଧିତ୍ୱ କରିବାକୁ ଚୟନିତ ହୋଇଥିବାରୁ ସୁମିତ୍ରା ନାୟକଙ୍କୁ ଅଭିନନ୍ଦନ, ତାଙ୍କର ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।