ଗୋବିନ୍ଦା-କରିସ୍ମାଙ୍କ ଏହି ଗୀତରେ ରୋମାନ୍ସ କରିବେ ବରୁଣ-ସାରା

ମୁମ୍ବାଇ: ଖୁବ୍ ଶୀଘ୍ର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ୍ “କୁଲି ନଂ-୧” ରେ ଦେଖାଦେବେ । ଯାହାର ସୁଟିଂ ମଧ୍ୟ ଶେଷ ହୋଇଯାଇଛି । ତେବେ ଏହି ଫିଲ୍ମର ସୁଟିଂ ଆରମ୍ଭ ଦିନଠାରୁ ସବୁବେଳେ ଲାଗିରହିଛି ଚର୍ଚ୍ଚା । ଏହ ଫିଲ୍ମଟି ଗୋବିନ୍ଦା ଓ କରିସ୍ମାଙ୍କ ସୁପରହିଟ୍ ଫିଲ୍ମ “କୁଲି ନଂ-୧”ର ନୂଆ ଭର୍ସନ ବୋଲି ଜଣାପଡିଛି । ନୂଆ ଭର୍ସନ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଖବର ମିଳିଛି ଯେ, ନୂଆ ଭର୍ସନ ଫିଲ୍ମରେ ଦର୍ଶକଙ୍କୁ ଅଧିକ ଏଂଟରଟେନମେଂଟ କରିବା ପାଇଁ ପୁରୁଣା ଭର୍ସନ ସୁପରହିଟ୍ ଗୀତକୁ ଏଥିରେ ନିଆଯାଇଛି । କହିବାକୁ ଗଲେ ପୁରୁଣା ଭର୍ସନରେ ଗୋବିନ୍ଦା ଓ କରିସ୍ମାଙ୍କ ସୁପରହିଟ୍ ଗୀତ “ଇସ୍କ ହେ ସୁହାନା” ଗୀତକୁ ନୂଆ ଭର୍ସନରେ ଭିନ୍ନ ଆକାରରେ ନିଆଯାଇଛି । ଯେଉଁଥିରେ ବରୁଣ ଓ ସାରାଙ୍କ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ । ସୂଚନାଯୋଗ୍ୟ, ଏବେ ବରୁଣ ତାଙ୍କର ଆଗାମୀ ଫିଲ୍ମ “ଷ୍ଟ୍ରିଟ୍ ଡ୍ୟାନ୍ସ ୩ଡି” ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ସାରା ତାଙ୍କର ଆଗାମୀ ଫିଲ୍ମ “ଲଭ ଆଜକଲ”ର ପ୍ରମୋସନରେ ଅଛନ୍ତି ବ୍ୟସ୍ତ ।