ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମାନସ ମଙ୍ଗରାଜଙ୍କ ଶୋକ

ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ଓଡିଶା ପାଇଁ ଏକ ଅପୁରଣୀୟ କ୍ଷତି : ମାନସ ମଙ୍ଗରାଜ

ଭୁବନେଶ୍ୱର : ପଦ୍ମବିଭୂଷଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକରେ ରାଜ୍ୟ ସରକାରଙ୍କ ଗଣ ମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୟୁଟ୍ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି ମାନସ ମଙ୍ଗରାଜ । ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରୋଲୋକଗତ ଖବର ଶୁଣି ଅତ୍ୟନ୍ତ ମର୍ମାହତ । ତାଙ୍କ ଦେହାନ୍ତ ଓଡିଶା ପାଇଁ ଏକ ଅପୁରଣୀୟ କ୍ଷତି । ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହିତ ସେ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।