ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି । ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦ୍ଵିତୀୟ ବର୍ଷକୁ ଯାଇହେବ। ନଚେତ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏନେଇ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ।
ପ୍ରଥମ ବର୍ଷରେ ଫେଲ ଥିବା ଛାତ୍ରଛାତ୍ରୀ ମେ ୨ୟ ସପ୍ତାହରେ ଆଉ ଥରେ ପରୀକ୍ଷା ଦେବେ। ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ। ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା। ଦ୍ବିତୀୟ ବର୍ଷକୁ ଯିବା ଲାଗି ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ।
ଫେବୃଆରୀ ୧୫ ରୁ ୨୯ ଯାଏଁ ପ୍ରଥମ ସୁଯୋଗ ପରୀକ୍ଷା। ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କର ରିମ୍ଡିଆଲ୍ କ୍ଲାସ୍ କରାଯିବ। ଏହାସହ ଦ୍ବିତୀୟ ସୁଯୋଗ ଭାବେ ମେ ଶେଷ ସପ୍ତାହରେ କରାଯିବ ପରୀକ୍ଷା। ଦ୍ବିତୀୟ ବର୍ଷ ଢ଼ାଂଚାରେ ପ୍ରଥମ ବର୍ଷ ପରୀକ୍ଷା ହେବ। କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ଫଳାଫଳକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି।