ଭୁବନେଶ୍ୱର: କୋରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରଥମ ପଦକ୍ଷେପ ଭାବେ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି । ଏହାବ୍ୟତୀତ ଆଗକୁ ହେବାକୁ ଥିବା ସଭାସମିତି ଉପରେ ରୋକ ଲଗାଇଛି କମିସନରେଟ୍ ପୋଲିସ ।
କମିସନରେଟ ପୋଲିସ ପକ୍ଷରୁ ପିସିଆର୍ ଭ୍ୟାନ୍ ପଠାଯାଇ ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପିସିଆର୍ ଭ୍ୟାନ୍, ବାରାକ୍ରେ ରହୁଥିବା ପୋଲିସ କର୍ମଚାରୀ ଅସୁସ୍ଥ ଥିଲେ ସଙ୍ଗେସଙ୍ଗେ ଛୁଟି ଦିଆଯିବା ନେଇ ବି ନିଷ୍ପତି ହୋଇଛି ।
ଏଣେ କୋରୋନା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ | ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି | କୋରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଆସନ୍ତା ୩୧ ତାରିଖ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି |