କଟକରୁ ପୁଣି ବ୍ରାଉନସୁଗାର ଜବତ, ୫ ଗିରଫ

କଟକ ବିଡ଼ାନାସୀ, ଦେଉଳସାହି ଅଞ୍ଚଳରୁ ବ୍ରାଉନସୁଗାର ଜବତ

କଟକ: ପୁଣି ଧଳା ଜହର ଜବତ । କଟକ ବିଡ଼ାନାସୀ, ଦେଉଳସାହି ଅଞ୍ଚଳରୁ ବ୍ରାଉନସୁଗାର ଜବତ କଲା ପୋଲିସ । ବିଶ୍ୱସ୍ତସୂତ୍ରରୁ ଖବର ପାଇ ବିଡାନାସୀ ପୋଲିସ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏଥିସହିତ,୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ଥିବା ନେଇ ପୋଲିସର ପ୍ରାଥମିକ ସୂଚନା ପାଇଥିବା ବେଳେ, ଏମାନେ ସମସ୍ତେ ଯୁବକ ବୋଲି ସୂଚନା ଦେଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ଏ ନେଇ କଟକ ଡିସିପଙ୍କ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ଏବଂ କଟକକୁ ଡ୍ରଗ୍ସ ମୁକ୍ତ କରିବା ଲାଗି ସାଧାରଣ ଲୋକଙ୍କ ସହଯୋଗ ଲୋଡିଛନ୍ତି ଡିସିପି । ଡ୍ରଗ୍ସ କାରବାର ନେଇ ସାଧାରଣ ଲୋକଙ୍କ ଠାରୁ ସୂଚନା ପାଇଁ ପୋଲିସ ରେଡ୍ କରି ଏହି ସଫଳତା ହାସଲ କରିପାରିଛି । ଏବଂ ଆଗକୁ ମଧ୍ୟ ସହଯୋଗ ସ୍ୱରୂପ ଲୋକେ ଡ୍ରଗ୍ସ କାରବାରର ସୂଚନା ଦିଅନ୍ତୁ ବୋଲି କହିଛନ୍ତି ଡିସିପି ।

commiserate police seized brown sugar from cuttack bidanasi