ଅଭିନେତ୍ରୀ ଭାରତୀ ସିଂ ଗିରଫ, ଚଢାଉ ବେଳେ ଘରୁ ଗଞ୍ଜେଇ ଜବତ କରିଥିଲା ଏନସିବି

ନୂଆଦିଲ୍ଲୀ  : ବଲିଉଡ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ ଗିରଫ କରିଛି ଏନସିବି । ସେ ରହୁଥିବା ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଜେରା ପାଇଁ ସମନ ଜାରି କରିଥିଲା । ତେବେ ଜେରା କରିବା ପରେ ତାଙ୍କୁ ଏନସିବି ଗିରଫ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଶନିବାର ସକାଳୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଥିଲା। ଏଜେନ୍ସି ଦ୍ବାରା ଅନ୍ଧେରୀ, ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲା । ତେବେ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିବା ଜଣାପଡିଛି ।

comedian bharati singh arrest
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ସାମନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ଏନସିବି ଲଗାତାର ଚଢ଼ାଉ ଜାରି ରଖିଛି।ଏହା ପୂର୍ବରୁ ଡ୍ରଗ୍ସ ମାମଲାରେ ଶୁକ୍ରବାର ଅଭିନେତା ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରିଥିଲାଏନସିବି। ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ୨ ଦିନ ଯାଏଁ ପଚରାଉଚୁରା କରାଯାଇଥିଲା। ଏହା ପରେ କୋର୍ଟରେ ଅର୍ଜୁନ ରାମପାଲଙ୍କ ବନ୍ଧୁ ପାଲ ବରଟେଲଙ୍କୁ ହାଜର କରାଯାଇଥିଲା। ଏହା ପରେ ବରଟେଲଙ୍କୁ ନଭେମ୍ବର ୨୫ଯାଏଁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା।