ହଣ୍ଡୱାରାରେ ଗୁଳିବିନିମୟ: ୪ ଯବାନ, ଜଣେ ପୋଲିସ କର୍ମଚାରୀ ଓ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ହଣ୍ଡ୍‌ୱାରା ସହରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀ ଓ ନିରାପତା ବଳଙ୍କ ମଧ୍ୟରେ ଚାଲିଥିବା ଭୀଷଣ ଗୁଳି ବିନିମୟ ପ୍ରାୟ ୮ ଘଂଟା ପରେ ଶେଷ ହୋଇଛି। ଏହି ଗୁଳିବିନିମୟ ସମୟରେ ଜଣେ କର୍ଣ୍ଣେଲ୍, ଜଣେ ମେଜର୍ ଏବଂ ସେନାବାହିନୀର ଦୁଇ ଜଣ ଯବାନ ଓ ଜଣେ ପୋଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ ସହିଦ ହୋଇଛନ୍ତି।

ଶନିବାର ଅପରାହ୍ଣରୁ ଚାଲିଥିବା ଏହି ଏନକାଉଂଟରରେ ନିହତ ବ୍ୟକ୍ତିମାନେ ହେଉଛନ୍ତି କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଜଣେ ଲାନ୍‌ସ୍ ନାଏକ, ଜଣେ ରାଇଫଲ୍‌ମ୍ୟାନ୍ ଏବଂ ପୋଲିସ ସବ୍‌-ଇନ୍ସପେକ୍ଟର୍ ଶକୀଲ୍ କାଜି। ଘଟଣାସ୍ଥଳରୁ ସେମାନଙ୍କର ଶବ ଉଦ୍ଧାର କରାଯାଇଛି।

ସମ୍ପୃକ୍ତ ଅଂଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଭାରତୀୟ ସେନାବାହିନୀ ସିନ୍ଦୂରା ଫାଟିବା ବେଳକୁ ଚୂଡ଼ାନ୍ତ ଆକ୍ରମଣ କରିଥିଲେ। ମିଳିଥିବା ରିପୋର୍ଟ ଅନୁସାରେ, ଭୋର୍‌ ପ୍ରାୟ ୩: ୩୦ ମିନିଟ୍‌ରେ ହଣ୍ଡୱାରାର ଚାଞ୍ଜମୁଲ୍ଲା ଠାରେ ହୋଇଥିବା ଏହି ଏନକାଉଂଟର‌ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ଦ୍ୱାର ଦ୍ୱାର ବୁଲି ତଲାସ କରାଯାଇଥିଲା।