କଲେଜରେ ପଢୁଥିବା ଦୁଇ ଭଉଣୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ରାପଡା : କଲେଜରେ ପଢୁଥିବା ଦୁଇ ଭଉଣୀଙ୍କ ଅଶ୍ଲୀଳ ଭିଡିଓ ମୋବାଇଲରୁ ମୋବାଇଲକପ ଘୁରି ବୁଲୁଛି । ଦୁଇ ଭଉଣୀ କରିଲୋପାଟଣା ଅଞ୍ଚଳର ଏକ କଲେଜରେ ପାଠ ପଢୁଛନ୍ତି । ଜଣେ ଯୁକ୍ତ ଦୁଇ ରେ ପଢୁଥିବାବେଳେ ଆଉ ଜଣେ ଭଉଣୀ ଯୁକ୍ତ ତିନିରେ ପଢୁଛନ୍ତି । ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଯୁକ୍ତ ୨ ପଢୁଥିବା ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ମୋବାଇଲରୁ ମୋବାଇଲ୍‌ରୁ ଘୂରି ବୁୁଲୁଥିବା ଜଣାପଡ଼ିଛି। ଏହା ଜାଣିବା ପରେ ପୁଲିସ ଭିଡିଓରେ ଥିବା ଯୁବକଙ୍କ ଘରେ ଚଢାଉ କରିଛି। ତେବେ ଯୁବକ ଜଣଙ୍କ ଫେରାର ଥିବା ଜଣାପଡ଼ିଛି। ସେ ମଧ୍ୟ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ ଚଢାଉ ପରେ ପୀଡ଼ିତାଙ୍କ ବାପା ପାଟକୁରା ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ସଂପୃକ୍ତ ଛାତ୍ରୀଙ୍କ ବଡ଼ ଭଉଣୀଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଚର୍ଚ୍ଚା ହୋଇଛି। ସେ ଯୁକ୍ତ ୩ରେ ପଢୁଥିବା ବେଳେ ଭିଡିଓରେ ଥିବା ଯୁବକ ଜଣଙ୍କ ଜଣେ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ତେବେ ବଡ଼ ଭଉଣୀଙ୍କ ଭିଡିଓ ସମ୍ପର୍କରେ ଥାନାରେ ଏତଲା ହୋଇ ନ ଥିବା ଜଣାପଡ଼ିଛି। ଏହି ଦୁଇଟି ଅଶ୍ଳୀଳ ଭିଡ଼ିଓ ଭିନ୍ନ ଭିନ୍ନ ଜାଗାରେ ସୁଟିଂ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।