ଜାଣନ୍ତୁ ଥଣ୍ଡା ପାଣି ପିଇଲେ ଶରୀରର କଣ କ୍ଷତି ହୁଏ ?

ଥଣ୍ଡା ପାଣି ପାଟିକୁ ବେଶ ଭଲ ଲାଗେ ପିଇବାକୁ । ହେଲେ ଏହା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ । ଏହି ଥଣ୍ଡା ପାଣି ସେବନ ଦ୍ୱାରା କେବଳ ଥଣ୍ଡା, ଜର କାଶ ନୁହେଁ ଆଉ କଣ ସବୁ ଭୋଗିବାକୁ ପଡିବ ଆସନ୍ତୁ ଜାଣିବା ।
ପେଟ ଖରାପ ହେବା- ଆପଣଙ୍କ ପେଟ ପାଇଁ ଥଣ୍ଡା ପାଣି ବହୁତ ଅଧିକ କ୍ଷତି ପହଂଚାଇଥାଏ । ମାତ୍ରାଧିକ ଥଣ୍ଡା ପାଣି ସେବନ ଦ୍ୱାରା ପେଟ କାଟିବା, ମୋଡଜି ହେବା, ଅଜବ ଅଜବ ସାଉଣ୍ଡ ବାହାରିବା ଆଦି ସମସ୍ୟା ଦେଖାଦେଇଥାଏ । ଥଣ୍ଡା ପାଣିର ଟେମ୍ପରେଚର କମ୍ ହୋଇଥିବାରୁ ଏହା ପେଟ ଭିତରକୁ ଯିବା ପରେ ପାଚନ ପ୍ରକ୍ରିୟାରେ ସମସ୍୍ୟା କରିଥାଏ । ଫଳରେ ଠିକରେ ହଜମ ନହେବା ଦ୍ୱାରା ଆପଣଙ୍କ ପେଟ କାଟିବା ଆରମ୍ଭ ହୋଇଥାଏ ।
ମୁଣ୍ଡ ବିନ୍ଧା ହେବା- ଆପଣ ବ୍ରେନ୍ ଫ୍ରିଜ୍ ହେବା ଭଳି ଅନେକ ଘଟଣା ତ ନିଶ୍ଚୟ ଶୁଣିଥିବେ । ଏହା କେବଳ ଅଧିକ ଥଣ୍ଡା ପାଣି କିମ୍ବା ଅଧ୍କ ଆଇସକ୍ରିମ୍ ଖାଇବା ଦ୍ୱାରା ହିଁ ହୋଇଥାଏ । ଅତ୍ୟଧିକ ଥମ୍ଡା ପାଣି ଆହରଣ କରିବା ଫଳରେ ଏହା ସ୍ପାଇନର ସେନସିଟିଭ୍ ଶିରା ପ୍ରଶିରାକୁ ଥଣ୍ଡା କରିଦେଇଥାଏ । ଯାହା ସିଧାସଳଖ ଆମ ମସ୍ତିସ୍କରେ ପ୍ରଭାବ ପକାଇଥାଏମ । ଫଳରେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍୍ୟାର ସାମ୍ନା କରିବାକୁ ପଡିଥାଏ ।
ହାର୍ଟ ବିଟ୍ ସ୍ଲୋ ହେବା- ଆମ ଶରୀରରେ ବେଗସ୍ ନର୍ଭସ ନାମକ ନର୍ଭ ରହିଛି । ଯାହା ଆମ ଶରୀରର ସବୁଠୁ ଲମ୍ବା କାର୍ନିଭଲ ନର୍ଭ ଅଟେ । ଏହା ସାଧାରଣତଃ ଆମ ବେକ ପାଖରୁ ହାର୍ଟ, ପାକସ୍ଥଳୀ ଏବଂ ଡାଇଡେଷ୍ଟିଭ ସିଷ୍ଟମ କଂଟ୍ରୋଲ କରିଥାଏ । ଆଉ ଯେତେବେଳେ ବି ଆପଣ ଅଧିକ ଥଣ୍ଡା ପାଣି ଗ୍ରହଣ କରିବେ ନର୍ଭ ଥଣ୍ଡା ହେବା ସହ ହାର୍ଟବିଟ୍ ମାତ୍ର ହ୍ରାସ ପାଇଥାଏ । ଯେତେ ଯଏଁ ଏହି ଥଣ୍ଡା ପାଣଇ ଆପଣଙ୍କ ପେଟ ଭିତରର ତାପମାତ୍ରା ସହ ସମାନ ହୋଇନି, ସେତେ ଯାଏ ଆପଣ ଏଭଳି ଅନୁଭବ କରୁଥିବେ ।
ଚରବି ବଢାଇବା ସହ ମୋଟା ହେବା- ଆପଣଙ୍କ ଶରୀରରେ ଜମା ଥିବା ଫ୍ୟାଟକୁ ଆଙୁରି ଅଧିକ ମଜଭୂତ କରିଥାଏ ଥଣ୍ଡା ପାଣି । ଯଦି ଆପଣ ମୋଟପା କମ୍ କରିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ଥଣ୍ଡା ପାଣି ଆଭଏଡ୍ କରନ୍ତୁ ।