ଆଜି ବି ଶୀତରେ ଥରିଲା ଓଡ଼ିଶା; ସବୁଠାରୁ ଥଣ୍ଡା ସହର ସୋନପୁର ଓ ଫୁଲବାଣୀ

ଭୁବନେଶ୍ୱର: ଆଜି ମଧ୍ୟ ଶୀତର ପ୍ରକୋପ ଓଡ଼ିଶାରେ ଦେଖିବାକୁ ମିଳିଛି । ତେବେ ଆଜି ସବୁଠାରୁ ଥଣ୍ଡା ସହର ସୋନପୁର ଓ ଫୁଲବାଣୀ ପାଲଟିଛି । ସକାଳେ ୮ଟାବେଳେ ସୋନପୁର ଓ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ହୋଇଥିବା ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ତଳେ ରହିଛି। ଆଜି ଟିଟିଲାଗଡ଼ରେ ୭.୧ ଡିଗ୍ରୀ ସେଲସିଅସ୍, ଅନୁଗୁଳରେ ୬.୬ ଡିଗ୍ରୀ ସେଲସିଅସ୍, ବଲାଙ୍ଗୀରରେ ୧୦ ଡିଗ୍ରୀ ସେଲସିଅସ୍, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ ସେଲସିଅସ୍, ଭବାନୀପାଟଣାରେ ୮.୫ ଡିଗ୍ରୀ ସେଲସିଅସ୍, କୋରାପୁଟରେ ୯ ଡିଗ୍ରୀ ସେଲସିଅସ୍, କେନ୍ଦୁଝରରେ ୯.୧ ଡିଗ୍ରୀ ସେଲସିଅସ୍, ଝାରସୁଗୁଡ଼ାରେ୯.୪ ଡିଗ୍ରୀ ସେଲସିଅସ୍, ସମ୍ବଲପୁରରେ ୯.୬ ଡିଗ୍ରୀ ସେଲସିଅସ୍, ତାଳଚେରରେ ୯.୭ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ଅପରପକ୍ଷରେ ସକାଳ ସାଢ଼େ ୮ଟା ବେଳେ କଟକରେ ୧୦.୫ ଡିଗ୍ରୀ ସେଲସିଅସ୍ ଓ ଭୁବନେଶ୍ବରରେ ୧୧.୪ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।

ଚଳିତ ମାସରେ ପ୍ରଥମ ଥର ପାଇଁ ସୋନପୁରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦାରିଙ୍ଗବାଡ଼ି ଓ ଗଞ୍ଜାମର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ‌ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।