ୱେବ ସିରିଜରେ ଜେନିଫର

ମୁମ୍ବାଇ: ଟିଭି ପରଦାରେ ରାଜ୍ କରିବା ପରେ ଏବେ ଛୋଟ ପରଦାର ରାଗି ମାୟା ତଥା ଜେନିଫର ୱିଙ୍ଗେଟ ଆଉ ଏକ ଚ୍ୟାଲେଞ୍ଜଭରା ରୋଲ ନେଇ ଡିଜିଟାଲ ପ୍ଲାଟଫର୍ମରେ ନଜର ଆସିବେ । ସେ ଖୁବଶୀଘ୍ର ଅଲ୍ଟ ବାଲାଜି ଓ ଜି ୫ର ଫେମସ ୱେବ ସିରିଜ ‘କୋଡ ଏମ’ରେ ଅଭିନୟ କରୁଥିବାର ଦେଖାଯିବେ । ଏହି ଦୁଇ ott ପ୍ଲାଟଫର୍ମ୍ସ ଏହି ସିରିଜର ଦମଦାର ଟ୍ରେଲର ରିଲିଜ କରିଦେଇଛି । ଟ୍ରେଲର ଦେଖିସାରିବା ପରେ ଦର୍ଶକଙ୍କ ଆଗ୍ରହ ବଢିଯାଇଛି ପୁରା ସିରିଜ ଦେଖିବାକୁ ।

ଜେନିଫର କୋଡ ଏମରେ ମେଜର ମୋନିକା ମେହରାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମୋନିକା ଜଣେ ମିଲିଟ୍ରି ଲାୟର । ଯାହାଙ୍କ ଦ୍ବାୟିତ୍ବ କେସର ସତକୁ ବାହାରକୁ ଆଣିବା । ଏହି ସିରିଜ ଜରିଆରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି ଜେନିଫର ।‘କୋଡ ଏମ’ ଟ୍ରେଲରେ ଜବରଦସ୍ତ ଆକ୍ସନ ସିନ୍ସ ଓ ଇଂଟେନ୍ସ ଡାୟଲଗ ଡେଲିଭରି ଦେଖିବାକୁ ମିଳୁଛି । ଆସନ୍ତା ୧୫ ତାରିଖରେ ରିଲିଜ ହେବ ସିରିଜ । ଏଥିରେ ଜେନିଫରଙ୍କ ବ୍ୟତୀତ ରଜତ କପୁର କର୍ନଲ ସୂର୍ଯ୍ୟବୀର ଚୌହାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସୂର୍ଯ୍ୟବୀର ଜଣେ ଏମିତି ବ୍ୟକ୍ତି ଯିଏ ଆର୍ମି ବେସର କମାଣ୍ଡେଂଟ କରିବା ସହ ମୋନିକାଙ୍କ ଭଲ ବନ୍ଧୁ ମଧ୍ୟ ଥିବେ। ସିରିଜରେ ତନୁଜ ଭିରୱାନୀ ମଧ୍ୟ ନଜର ଆସିବେ । ଯିଏ ଅଙ୍ଗଦ ସନ୍ଧୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।