ସ୍କୁଲ ଫି ହ୍ରାସ କରିବା କିମ୍ବା ଫି ପୈଠ ତାରିଖ ପରିବର୍ତନ କରିବା ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର:କୋଭିଡ୍-୧୯ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତିସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିଂବା ଫି’ ପୈଠ ତାରିଖ ପରିବର୍ତନ କରିବାକୁ ଓଡ଼ିଶା ସରକାର ପରାମର୍ଶ ଦେଇଛନ୍ତି।

କରୋନା ଭାଇରସ୍‌ ସଂକ୍ରମଣ ପ୍ରତିରୋଧ କରିବାକୁ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ପ୍ରତିକୂଳ ଭାବେ ରୋଜଗାର ପ୍ରଭାବିତ ହୋଇଥିବା ଅଭିଭାବକମାନଙ୍କୁ ଏହା ସହାୟକ ହେବ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ଟୁଇଟରେ କୁହାଯାଇଛି।

ପ୍ରକାଶଯୋଗ୍ୟ, ରାଜ୍ୟରେ ଲକଡାଉନ ସମୟସୀମା ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ଗତକାଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।