ଭୁବନେଶ୍ୱର: ଫରେଷ୍ଟ ପାର୍କ ( ବିଜୁ ପଟ୍ଟନାୟକ ପାର୍କ ) ପ୍ରାତଃ ଭ୍ରମଣକାରୀ ଆସୋସିଏସନ ତରଫରୁ ରାଜ୍ୟରେ କୋଭିଡ-୧୯ ଆକ୍ରାନ୍ତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ଆସୋସିଏସନ ସଭାପତି ଦୁର୍ଗାଚରଣ ଦାଶ, ସଦସ୍ୟ ପ୍ରସାନ୍ତ ପରିଡା ,କୁଳମଣି ନାୟକ , ଲିଳାବତୀ ସାହୁ ଓ ରଣଜିତ୍ ମହାନ୍ତି ପ୍ରମୁଖ ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ଦାନ ବାବଦକୁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।