ଇଦ୍ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ସାରା ଦେଶରେ ପାଳନ ହେଉଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌ । ଏହି ଅବସରରେ ରାଜ୍ୟବାସୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ତେବେ ମହାମାରୀ କୋରୋନା ଏଥରର ଇଦ୍‌କୁ ଫିକା ପକାଇଦେଇଛି । ସଂକ୍ରମଣର ବିପଦ ରହିଥିବାରୁ ମସଜିଦରେ ସମୂହ ନମାଜପାଠ ଉପରେ ରୋକ ଲଗାଇଛନ୍ତି ସରକାର । ସମସ୍ତଙ୍କୁ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି ।