ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଭିଡ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଆର୍ଶୀର୍ବାଦ ନେଲି, ଶ୍ରୀମନ୍ଦିର ବିକାଶରେ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।ଶ୍ରୀଜିଉଙ୍କୁ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି । ଶ୍ରୀମନ୍ଦିର ବିକାଶରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି କି, ‘କରୋନା ସମୟରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରକୁ ଆସିଛି। କରୋନା ସମୟରେ ଓଡ଼ିଶାବାସୀ ଯେଉଁ ତ୍ୟାଗ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।’ ଏହାସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି ।