ପ୍ରଖ୍ୟାତ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକ ଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣ ନା କରିଛନ୍ତି ।

ସେ ସାରା ଜୀବନ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିଦ୍ଧି ଓ ସାଧନା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ମହାନ ଶିଳ୍ପୀ ଙ୍କ ବିୟୋଗରେ ଭାରତୀୟ ସାଂସ୍କୃତିକ ଜଗତର ଉଜଳତମ ଜ୍ୟୋତି ସ୍କ ଅସ୍ତମିତ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ମୁଖ୍ୟମନ୍ତ୍ରୀ ସଦଗତି କାମନା କରିଛନ୍ତି।