ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ୩ଟି ଚୁକ୍ତିପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ଯୁବଗୋଷ୍ଠୀଙ୍କ ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସୁଧାର ଆଣିବା ପାଇଁ ବଡ଼ କମ୍ପାନୀଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଟାଟା ଷ୍ଟ୍ରାଇଭ୍  ଓ ଟେକ ମହିନ୍ଦ୍ରା ସହ ୩ ଚୁକ୍ତି ସ୍ୱାକ୍ଷରିତ ହୋଇଛି । 

ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ପାଇଁ ୩ ମେମୋରେଣ୍ଡମ ଅଫ ୟୁନିଟ ବା ଚୁକ୍ତି  ସ୍ୱାକ୍ଷରିତ ହୋଇଛି । ଟାଟା ଷ୍ଟ୍ରାଇଭ୍ ସହ ଦକ୍ଷତା ବିକାଶ ଓ ନିଯୁକ୍ତି ନେଇ ସରକାରଙ୍କ ବୁଝାମଣା ହୋଇଛି । ୪୯ଟି ସରକାରୀ ଆଇଟିଆଇରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଧ୍ୟ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସେହିପରି ଟେକ୍ ମହିନ୍ଦ୍ରା, ବିପିୟୁଟି ଓ ସିଇଟି ମଧ୍ୟରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମ ଥର ପାଇଁ ଶିଳ୍ପସଂସ୍ଥା ଦ୍ୱାରା ଉତ୍କର୍ଷ କେନ୍ଦ୍ର କରାଯିବ । 

ସେହି କେନ୍ଦ୍ରରେ ପ୍ରତିବର୍ଷ ୩୦ ଜଣଙ୍କୁ କୃତ୍ରିମ ବୁଦ୍ଧିମତ୍ତାର ପ୍ରଶିକ୍ଷଣ ଦିଆଯିବ । ଭୁବନେଶ୍ୱର ଫର୍ଚୁନ୍ ଟାୱାରରେ ଅନ୍ତର୍ଜାତୀୟ ମାନର ବିପିଓ ହେବ ହେବା ନେଇ ଚୁକ୍ତି ପତ୍ରରେ ଉଲ୍ଲେଖ ରହିଛି । ବିପିଓ ପ୍ରତିଷ୍ଠା ପାଇଁ ଟେକ୍ ମହିନ୍ଦ୍ରା ଓ ଇଡ୍‌କୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ସ୍ୱାକ୍ଷରିତ ହେବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।