ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ରାଜ୍ୟରେ ଚାରିଆଡେ ଖୁସିର ଲହରୀ ଦେଖିବାକୁ ମିଳିଛି । କିଏ ଠାକୁରଙ୍କୁ ଦର୍ଶନ କରି ସଂକ୍ରାନ୍ତ ପାଳନ କରୁଛି ତ ପୁଣି କିଏ ଗିଡି ଉଡାଇ କିମ୍ବା ମକର ଚାଉଳ ଖାଇ ଏହି ଉତ୍ସବକୁ ଧୁମଧାମରେ ପାଳନ କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ସୁଖମୟ ଜୀବନ କାମନା କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରିଛନ୍ତି ଯେ, ପରମ୍ପରା ଓ ସଂସ୍କୃତି ରଙ୍ଗରେ ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଆଗାମୀ ଜୀବନ ସୁଖମୟ ହେଉ ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ।